ମହାତ୍ମା
ମହାତ୍ମା
1 min
121
ଫେରି ଆସପୁଣି ତୁମେ ହେ! ମହାତ୍ମା
ତୁମେ ନାହିଁବୋଲି ଭାରତ ବ୍ୟଥିତା ।
ତୁମେ ଦେଖି ଥିଲ ରାମରାଜ୍ୟ ସ୍ବପ୍ନ
ତୁମରି ସପନ ହୋଇ ଅଛି ବିଘ୍ନ ।
ସ୍ବଚ୍ଛ ଭାରତ ଯେ କରିଲ ଆହ୍ବାନ
ସ୍ବଚ୍ଛତା ନାମରେ ସବୁ ହୁଏ ଲୀନ ।
ନ୍ୟାୟ ଓ ନୀତି ର ଅବଗୁଣ୍ଠନରେ
ଧର୍ଷଣ ଶୋଷଣ ଚାଲଇ ଏଠାରେ ।
ପଥବଣା ତୁମ ସ୍ବପ୍ନ ର ଭାରତ
କହି ଆତ୍ମ କଥା ଭାରତ ବ୍ୟଥିତ ।
