ମା 'ଗୋ ଏତ କରୋନା କାଳ
ମା 'ଗୋ ଏତ କରୋନା କାଳ
କରୋନା କାଳରେ ମା'ଗୋ
ତମେ ଆସିଲ ଧରା
ସଜାସଜା ନାହିଁ ମଣ୍ଡପ
ଦିଶଇ ନାହିଁ ତୋରା । ୧)
ଗହଳି ଚହଳି ଲାଗେନା
ଆଜି ପୂଜା ମଣ୍ଡପ
ଶୂନ୍ ଶାନ୍ ଦୄଶ୍ୟ ଦେଖି ଯେ
ତୁମେ ହେବନି କୋପ । ୨)
କେଉଁଠୁ ଆସିଲା କରୋନା
ତା'କୁ ନକରି ନାଶ
ବିଜେ କରିବା କୁ ମଣ୍ଡପ
ତୁମେ ବାନ୍ଧିଲ ଆଶ । ୩)
ତମେ ବଧିଥିଲ ମହିଷା
ଜନହିତ କାରଣେ
ପୂଜୁଛନ୍ତି ଆଜି ଭକତେ
ସ୍ମରି ସେଦିନ ମନେ । ୪)
ଆଜି ନାହିଁ ହସ୍ତେ ତୁମର
କି'ବା ଖଣ୍ଡା ଖର୍ପର
ଶକତି ଅଣ୍ଟୁନି ନାଶିବ
ସେ ଭୂତାଣୁ ପ୍ରବର । ୫)
ନାଶ ହୋଇଥିଲେ କରୋନା
ଆଜି ନଥା'ନ୍ତା ଭୟ
ତୁମ ଗୁଣ ଗାଇ ଭକତେ
କରନ୍ତେ ଜୟ ଜୟ । ୬)
ପୂଜା ମଣ୍ଡପ କୁ ସଜାଇ
କେତେ ତୋରଣ ମାଳା
ଆଲୋକ ମଣ୍ଡପେ ଦିଶନ୍ତ
ଶୋଭା ତୁମେ ନିରୋଳା । ୭)
ଭକତ ଆସୁନି ମଣ୍ଡପ
ତୁମ ଦର୍ଶନ ପାଇଁ
କେମିତି ଲାଗୁଛି ତୁମକୁ
ତୁମ ଭକତ ନାହିଁ । ୮)
ଫେରି ଯାଅ ମା'ଗୋ ସ୍ବର୍ଗ କୁ
ଆସ ଆର ସନ କୁ
ସ୍ବାଗତ କରିବେ ଭକତେ
ତୁମ ଆଗମନକୁ । ୯)
