STORYMIRROR

BHAGIRATHI SETHI

Others

2  

BHAGIRATHI SETHI

Others

ମହାତ୍ମା

ମହାତ୍ମା

1 min
101


ହଟିଅଛି ସିନା ଫିରିଙ୍ଗ୍ ଶାସନ  

 ଚାଲିଅଛି ଏଠି ଗଣତନ୍ତ୍ର 

ରାମରାଜ୍ୟ ସ୍ବପ୍ନ ସ୍ବପ୍ନ ରେ ରହିଲା 

ହୋଇ ପାରିଲାନି ତାହା ସତ । (୧)

 ଫେରିଆସ ଗାନ୍ଧୀ!ଫେରିଆସ ବାରେ 

 ଜନତା ତୁମକୁ ଛ'ନ୍ତି ଚାହିଁ

 ଜନ ମାନସରେ ବୁଣି ଦେବା ପାଇଁ 

ଶାନ୍ତି, ମୈତ୍ରୀ,ପ୍ରେମ ଅଛି ଯହିଁ । (୨) 

ସ୍ବଚ୍ଛ ଭାରତର ସ୍ବପ୍ନ ଟି ତୁମର 

କେମିତି ଚାଲିଛି ଦେଖି ଆସ

 ସ୍ବଚ୍ଛ ଭାରତରେ କେତେ ମହାମାରୀ  

ଜନତା ଙ୍କୁ କରୁଛନ୍ତି ନାଶ । (୩) 

ଅନ୍ୟାୟ ଅନୀତି ବସା ବାନ୍ଧି ଲାଣି

  ଅହିଂସା ର ଆଉ ନାହିଁ ପତ୍ତା 

କୁଟି ଖାଅ କାଟି ପିନ୍ଧିବା ଶଦ୍ଦ ଟି 

ଅଭିଧାନେ ତା'ର ନାହିଁ ସତ୍ତା । (୪) 

ପଥବଣା ତୁମ ସ୍ବପ୍ନର ଭାରତ 

 ବାଟେ ଆଣିବାକୁ କେହି ନାହିଁ

 ଫେରି ଆସ ଥରେ ଏଦେଶ ମହାତ୍ମା 

କାନେକାନେ ବାର୍ତ୍ତା ଯାଅ କହି । (୫)    


Rate this content
Log in