STORYMIRROR

BHAGIRATHI SETHI

Romance

3  

BHAGIRATHI SETHI

Romance

ତୁମ ପାଇଁ (୨)

ତୁମ ପାଇଁ (୨)

1 min
252

ଅଜାଣତେ କେବେ ଝରି ଯେ ଆସଇ  

  ଅସରା ଅସରା ଲୁହ 

ଅଜାଣତେ କେବେ ଲୁହ ଧାରେ ଥାଏ   

 ଭଲ ପାଇବାର ମୋହ । ୦ ।


 ଅଜାଣତେ କେବେ ବିପଦ ଆସଇ  

 ବିରହରେ ଜଳେ ଜଣେ

 ସେଇ ଜଳିବାରେ କେତେ ଯେ ଆନନ୍ଦ  

ଅନୁଭବୀ ଏକା ଜାଣେ

 ଭଲ ପାଇବାଟା ନୁହଁଇ ସହଜ  

ନଥାଏ ଯେବେଟି ସ୍ନେହ । ୧ । 


ଅଜାଣତେ କେତେ ସହିବାକୁ ପଡେ  

 ପ୍ରେମ ପାଇଁ ଅପବାଦ 

ତଥାପି ସେ ପଥେ ଇଚ୍ଛା ହୁଏ ଖାଲି 

  ରଖିବାକୁ ନିତି ପାଦ

 ପ୍ରେମ ଚଲାପଥେ ଦି'ଜଣ ଥା'ନ୍ତି 

 ଜଣେ କୋହ ଜଣେ ମୋହ । ୨ ।                ***          

     


Rate this content
Log in

Similar oriya poem from Romance