STORYMIRROR

Silva Rani

Romance

4  

Silva Rani

Romance

ତୁମ ପାଇଁ

ତୁମ ପାଇଁ

1 min
402


ତୁମ ସହ କେହି କଥାହେଲେ

ମୁଁ ଈର୍ଷା କରେ 

କହି ପାରେନି ତୁମକୁ ତୁମ ଅନୁପସ୍ଥିତରେ

ଆଖିରୁ ଲୁହର ବର୍ଷା ହୁଏ ?

ତୁମଠୁ କେବେ ତୁମକୁ ମାଗେନି

ଭଗବାନଙ୍କ ପାଖରେ ତୁମକୁ ମାଗିଦିଏ 

ତୁମେ ମତେ ଭଲ ପାଇବାକୁ 

କେବେ ବାଧ୍ୟ କରେନି

ମୋ ପାଖରେ ଥିବା ସବୁତକ ପ୍ରେମ

ଅଜାଡି ଦେବାକୁ ବାଧ୍ୟ ହୁଏ ?


ଚାହେଁନା ତୁମ ଲୁହର କାରଣ ହେବାକୁ

ମୋ ପାଇଁ ତ ତୁମେ ପ୍ରେମର

ଉଦାହରଣ ଟିଏ

ଭାଗ୍ୟରେ ଅଛକି ନାହିଁ ଜାଣେନି ତଥାପି 

ଜଗନ୍ନାଥଙ୍କୁ ତୁମ ହାତ ମାଗିଦିଏ ?


ସ୍ବପ୍ନ ମୋର ପଛେ ଅଧା ରହିଯାଉ

ତୁମେ ଦେଖିଥିବା ସବୁ ସ୍ବପ୍ନ ପୂରଣ ହୋଉ

ମୋ ରାସ୍ତାରେ ଯେତେ କଣ୍ଟା ଥାଉ

ଯେତେ କଷ୍ଟ ହଉ ଚାଲିପାରିବି

କିନ୍ତୁ ତୁମେ ଚାଲୁଥିବା ରାସ୍ତାରେ 

ଯଦି କେବେ କଣ୍ଟା ପଡେ  

ତୁମ ପାଦ ତଳେ ହାତ ରଖିଦେବି ?


ତୁମକୁ କେବେ କିଛି ମାଗିନି କି, ଚାହିଁବିନି  

ଏତିକି କହିବି ,ରୁକ୍ମଣୀ ନ,କଲ ନାହିଁ

ଥରୁଟେ ରାଧା କରିନିଅ

ତୁମକୁ ବାଧ୍ୟ କରି ତୁମ ହାତରୁ ସିନ୍ଦୁର

ଚାହେଁନି

ପାରିବ ଯଦି ନାଲି ଫଗୁ ରଙ୍ଗ ଥରୁଟେ

ମୋ , ଦେହରେ ଲଗେଇ ଦିଅ ?


ତୁମର ସେ ଅସଜଡ଼ା ହୃଦୟକୁ

ଥରୁଟେ ସଜାଡ଼ିବାକୁ ଅନୁମତି ଦିଅ

ପ୍ରେମିକା ନ ,ଭାବିଲେ କିଛି ଆପତ୍ତି ନାହିଁ

ଥରୁଟେ ବାନ୍ଧବୀର ପରିଚୟ ଦିଅ

ତୁମେ ମତେ ମୋର ନକହିଲେ କିଛି କଷ୍ଟ 

ଲାଗିବନି ...

ମତେ କିନ୍ତୁ ମୋର ବୋଲି କହିବାକୁ ଦିଅ

କହିବାକୁ ଗଲେ ମୁଁ ତୁମଠୁ କିଛି 

 ଚାହେଁନି

କିନ୍ତୁ ଭଗବାନଙ୍କ ଠୁ, ସବୁଦିନ ପାଇଁ

ତୁମକୁ ମାଗିଦିଏ ..........।




Rate this content
Log in

Similar oriya poem from Romance