STORYMIRROR

Silva Rani

Classics

4  

Silva Rani

Classics

ଅଶାନ୍ତ ସମୁଦ୍ର

ଅଶାନ୍ତ ସମୁଦ୍ର

1 min
300


ସେ ବି ମାଡିଆସେ  

ଅଗଣିତ ଜୁଆର ନେଇ । 

ଭାବେନି ଥରୁଟେ, 

କେହି କେବେ ଗଢ଼ିଥିବ ପ୍ରେମର ବାଲିଘର

ଘର ନୁଁହେତ! ସ୍ୱପ୍ନର ନଅର। 

ମିଶେଇଦିଏ ନିଷ୍ଠୁର ହେଇ , 

କେତେ ପ୍ରେମୀଙ୍କ ପାଦରେ ପାଦମିଶା ପାଦଚିହ୍ନ। 


ବାଲିର ସେଜରେ ଢେଉର ଚାଦର ଢାଙ୍କି 

ତା ଦେହରେ ପ୍ରେମର ରଙ୍ଗ ଆଙ୍କି, 

ଶୋଇପଡୁ ସିନା ! 

କେବେ ବୁଝିଛୁ ଦରଦୀ ହୃଦର ଭାଷା 

ତୃଷାର୍ତ୍ତ ଓଠର ନିଶା,

ବେ ଖାତିର କରିଥବା ଲୋକହସା । 


ତୁ ଗଢିବା ବଦଳରେ ଭାଙ୍ଗିବା ଜାଣୁ

ରଖିବା ବଦଳରେ ମାରିବା ଜାଣୁ । 

ଶଙ୍ଖ ଶାମୁକାର ଗହଣା ନାଇ

ନିଜକୁ ବେସ୍‌ ଖୁସିରେ ରଖୁ । 

ନା ତୋର କାନ ଅଛି , ନା ଆଖି,

ବିନ୍ଦୁରୁ ବିନ୍ଦୁ ହୋଇ ଆଜି ସିନ୍ଧୁ ହେଇଗଲୁ 

ଅନେକ ଗର୍ବ କରୁ ନିଜକୁ ନା ....


ଏବେ ବୁଝି ପାରୁଛି ଆଖିର ଲୁହତକ 

କାହିଁକି ଲୁଣିଆ,

ହଁ, ତୁ ସିନା ଦେଖି ପାରୁନୁ

କିନ୍ତୁ, ମୁଁ ଭାବେ ମୋଠୁ, ବି

ଯନ୍ତ୍ରଣା ଅଧିକ ତୋର । 

ତୁ ଏତେ କାନ୍ଦୁ ଯେ,

ନିଜକୁ ଲୁଣି କରି ସାରିଛୁ

ତୋ ଛାତି ଉପରେ ବସି କାନ୍ଦୁଥିବା

ମଣିଷ ଙ୍କ, ଆଖିର ପାଣି ବି ଲୁଣି

କରିଦେଉ....?


ଅନେକ ପ୍ରଶ୍ନ ତୋ ପାଖେ ଅଛି

ନା ଉତ୍ତର ପାଇ ପାରୁଛି,

ନା. ନିଜକୁ ନିଜେ ଉତ୍ତର ଦେଇ ପାରୁଛି

ତୋ ଗଭୀରତା ର, କଷ୍ଟ ତତେ ହିଁ ଜଣା

ସେଥିପାଇଁ ମୁଁ ବା କାହାକୁ କହିବି

ମୋ କଷ୍ଟ,

ଉପରେ ତତେ ସମସ୍ତେ

ଉପଭୋଗ କରନ୍ତି....?


ଅଥଳ ଥଳ ପାଣିକୁ ଦେଖି

ସମସ୍ତେ ଖୁସି ହେଇ ପାରନ୍ତି

ତୋ ଅଶାନ୍ତ ତା କୁ, ବି ସବୁ ଉପଭୋଗ

କରନ୍ତି.

କେହି ବି, କୁହନ୍ତିନି ତୁ ଅଶାନ୍ତ ଅଛୁ ବୋଲି

ଏଠି କିଏବା କାହା ଦୁଃଖ ବୁଝେ,

କହୁ କହୁ ମୁଁ କହିଦିଏ

ତୁ ପରା ଅଶାନ୍ତ ସମୁଦ୍ର......?



రచనకు రేటింగ్ ఇవ్వండి
లాగిన్

Similar oriya poem from Classics