ତୁମ ବିନା
ତୁମ ବିନା
ଗୋଟିଏ ମୁହୂର୍ତ୍ତ ରେ କୋଟିଏ ଯନ୍ତ୍ରଣା
ମୁଁ ଅନୁଭବ କରେ ତୁମ ବିନା
ତୁମେ ସବୁ ବୁଝି କିଛି ବୁଝନା
ତଥାପି ତୁମ ଆଖିରେ ଅଛି ସମବେଦନା ।।
ମୁଁ ଚାହିଁଲେ ଗୋଟିଏ ଦିନର ଯନ୍ତ୍ରଣା ରେ
ଆରପାରିକୁ ସେତୁ ବାନ୍ଧୀପାରେ
ସବୁ ଯନ୍ତ୍ରଣା ର ଆକାଂକ୍ଷା ର ଆଗରେ
ତୁମ ସୁନ୍ଦର ମୁହିଁ ଦେଖିପାରେ ।।
ମୁଁ ଏକ ଦିଗହଜା ନାବିକ
ତୁମ ରୂପର ସୌନ୍ଦର୍ଯ୍ୟ ରେ
ତୁମ ଗୋଲାପି ଓଠର ମହକ
ତୃତୀୟ ବିଶ୍ବଯୁଦ୍ଧ ଆଣିପାରେ।।
ତୁମ ପାଇଁ ସବୁ ଯନ୍ତ୍ରଣା କୁ ପିଇ
ମୁଁ ନୀଳକଣ୍ଠ ହେବି
ତୁମ ଆସିବାର କାମନାର ପଥରେ
ସାରା ଜୀବନକୁ ଚାହିଁ ବସି ଥିବି ।।

