ବେଳାଭୂଇଁ
ବେଳାଭୂଇଁ
ସୂର୍ଯ୍ୟ ଉଇଁଲେ
ବିଛୁଦେ କିରଣ
ଚକ୍ ଚକ୍ କରେ ବଲାଭଉଁ ।
ନୀଳ ଦରିଆର ନୀଳ ଢେଉ ମଥା ପିଟେ
କେବେ କେବେ ରହିରହି ।।
ସାମୁକାରେ
କୁତାଇ ଚିତ୍ତା
ବେଳାଭୁଇଁ ସାଜେ
ସଭିଙ୍କର ମିତ ।
ନୋଳିଆ ପୁଅ
ଆହୁଲା ମାରିମାରି
ଗାଇଯାଏ ନାନାବାୟା ଗୀତ ।।
ମାଟି ତ ମା
ବେଳାଭୁଇଁ ତ ମା ଛାତି ତାର ପଥର ।
କେବେ କେବେ ଜାଉଁ ବଣ ଗୀତ
ଗାଏ ମିଶିତାର ସାଥିର ।।
ମମତାର ପଶରା ମେଲାଇ
ବେଳାଭୁଇଁ
ଡାକେ ରହି ରହି
ଆସ ମିତ ଆସ ହେ ସଂଗାତ
ଜିଇଁଛି ମୁଁ ତୁମ ପାଇଁ ।
ରହିଛି ମୁଁ ତୁମରି ତ ହୋଇ ।।
