STORYMIRROR

Bandita Satpathy

Romance

3  

Bandita Satpathy

Romance

ଭାବନା

ଭାବନା

1 min
176

ମାମନ୍, କେମିତି ବଞ୍ଚିଛ ଏବେ                    

ଏକୁଟିଆ ବସିବସି ସ୍ମୃତିକୁ ହାରଟିଏ କରି              

ବେକରେ ଲମ୍ବାଇବାକୁ ବେଶ୍ ଆଗ୍ରହନା           

 ଜାଣିନ କି ସ୍ମୃତିରୁ ଯନ୍ତ୍ରଣା ର ସୃଷ୍ଟି ।।                                                          

ମୁଁ ବି ତୁମ ପରି ଯନ୍ତ୍ରଣାର ହାରଟିଏ ଧରି          

 ଦିନରାତି ଝୁରିହେଉଛି ମନେପକାଉଛି            

 ବିଗତ ସମୟ ବର୍ତ୍ତମାନ ପାଇଁ କଣ ହେଇଛି          

 ସେ ମଧୁର ମୁହୂର୍ତ୍ତ ବର୍ତ୍ତମାନ ପାଇଁ ସ୍ମୃତି ହୋଇଯାଇଛି ।।                                              

ବିଶ୍ବର ସମସ୍ତ ଯନ୍ତ୍ରଣା କୁ ବୋଝଟିଏ କରି             

ମୋ ମୁଣ୍ଡରେ ଲଦି ଦେଲେ ବି ମୁଁ ସହିଯିବି               

ଯଦି ଟିକେ ଏମିତି ସବୁଦିନ ଠିକ୍ ସମୟରେ          

ଜହ୍ନକୁ ଅନାଇ ମୋ ରାସ୍ତାରେ ମୋ ସ୍ମୃତି କୁ ଖୋଜୁଥିବ ।।                                               

ଏ ଜହ୍ନକୁ ଦେଖି କଣ ଯେ ଭାବୁଛ                 

ନିଶ୍ଚୟ ଭାବୁଥିବ ତା ଦେହର ସେହି ଚିହ୍ନ ଟିକୁ         

ହେଲେ ବି ଜହ୍ନ ପବିତ୍ର ତୁମଭଳି ଠିକ୍ ପବିତ୍ର         

କାରଣ ମୋ ଭଳି ପ୍ରାଣପ୍ରୀୟ ଙ୍କୁ ତୁମେ ଆପଣେଇ       

ତୁମ ଜୀବନର ଏକ ଚିହ୍ନ କରି ବସିଛ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance