ପ୍ରତୀକ୍ଷା
ପ୍ରତୀକ୍ଷା
ତୁମେ ମୋର ଅତି ଆପଣାର
ମୋ ପ୍ରାଣର କେନ୍ଦ୍ରବିନ୍ଦୁ
ତୁମକୁ ମୁଁ ସ୍ୱପ୍ନରେ ଦେଖେ
ପ୍ରତ୍ୟେକ ମୁହୂର୍ତ୍ତରେ ।। ମନେହୁଏ
ସ୍ୱପ୍ନର ତାଜମହଲ ଆଙ୍କିବାକୁ ତୁମ ଛବିରେ।
ତୁମର ସେ ଅଭିମାନ ଭରା ହୁଁ ରେ
କେତେ ଗପ, ଗୀତ ମୁଁ ଲେଖିପାରେ ।।
ତୁମେ ଯେତେବେଳେ ହୁଁ ନକହି ଚୁପ୍ ରୁହ
ମନକୁ ମୁଁ ଭାଙ୍ଗି ଚୂରୁ ମାର କରିଦିଏ
କହିଥିଲ ଆସିବ ବୋଲି
ସନ୍ଧ୍ୟାର ଆଗମନରେ ।।
ଚାହୁଁ ତୁମ ପଥକୁ ବିତିଗଲା
କେତେଦିନ କେତେ ରାତି
ମନକୁ ମିଛ ସାନ୍ତ୍ଵନା ଦେଇ ଅପେକ୍ଷା କରି
ରହିଛି ତୁମ ପ୍ରତୀକ୍ଷାରେ ।।

