STORYMIRROR

Bandita Satpathy

Others

3  

Bandita Satpathy

Others

ପ୍ରିୟାର ହୃଦୟ

ପ୍ରିୟାର ହୃଦୟ

1 min
210

ପଥରରେ ସିନା ସଜାଇ ରଖନ୍ତି 

ଦେବତାଙ୍କ ପ୍ରତିମାକୁ। 

ମନ ମନ୍ଦିରେ ସଜାଇ ରଖିଛି

ଦୁହିଁଙ୍କର ହୃଦୟକୁ ।।  


 ଜାଣିପାରୁନାହିଁ ତୁମର ଅନ୍ତର 

ଖୋଲିଥରେ ଦିଅ କହି    

ଅନ୍ତରେ ମୋର କୋହ ଉଠି ଆସେ   

ତୁମ ଅପେକ୍ଷାରେ ରହି ।।  


ସତେ ତୁମେ ମୋତେ ଭୁଲ ବୁଝିବନି

କରୁ ନାହିଁ ମୁହିଁ ଥଟ୍ଟା 

ପ୍ରତାରଣା ଦେଇ ଯାଅ ଯଦି ମୋତେ

ଜୀବନେ ପଡ଼ିବ ଭଟ୍ଟା ।। 

  

ଜୀବନର ଦ୍ୱୀପ କେତେ ଯେ ଉଜ୍ଜ୍ୱଳ   

ଭାବି ଦେଖ ବସି ଥରେ

 ଉଜ୍ଜ୍ୱଳ ଦ୍ୱୀପ ଲିଭିଗଲେ ଥରେ  

ଆଉ କି ସେ ପାଶେ ଫେରେ ।।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍