ପୂର୍ଣ୍ଣତା
ପୂର୍ଣ୍ଣତା
ଅନେକ ଫୁଲଗଛ ଆମ ଛାତରେ ଅଛି
କିନ୍ତୁ ଗୋଲାପ ଗଛଟି ଭାରି ସୁନ୍ଦର
ତାର ସୁନ୍ଦର ପାଖୁଡ଼ା ଜଣାଏ
ସେ ସେଇଠି ଅଛି ।। ତା ଦେହର ସବୁଜ ଶାଢୀ
ସଭିଙ୍କୁ ଆପଣାର କରେ
ତା ମୂଳେ, କାଳୀ ପାଣିଦିଏ
ପାମି ଘାସବାଛେ।
ଆଉ ! ମୁଁ
ଗୋଲାପ ସଙ୍ଗେ ଆଳାପ କରେ ।।
ଶାଖା ଡ଼ାଳ ରେ କାଢି
ହାତ ଠାରୁଛି ନୂଆ ବୋଉଙ୍କୁ
କହୁଛି !
ତୁମେ କଢି ରୁ ଫୁଲ ହୋଇଛ
ଅପେକ୍ଷା କର
ମୋ ହାତ ଧରି ସମୟ
ପୂର୍ଣ୍ଣତା ପାଇଁଁ ଟାଣି ନେଉଛି ।।
