ତୁ ଯେବେ ଦୀପ ଜାଳୁ
ତୁ ଯେବେ ଦୀପ ଜାଳୁ


ତୁ ଯେବେ ଦୀପ ଜାଳୁ
ଭାବେ ମୋ ପାଇଁ ଜାଳୁଛୁ
ତୁ ଯେବେ ଲୁହ ଢାଳୁ
ଭାବେ ମୋ ପାଇଁ ଜଳୁଛୁ
ମନ କହେ ତୋଠାରୁ ତୁ
ବେଶି ମୋତେ ଭଲ ପାଉଛୁ ।
କିଏ କହେ କିଛି ନୁହେଁ
ମୋ ପାଇଁ ତୁ ନିଜର
ତୋ କଥା ମୁଁ ଭାବିଭାବି
ଖୁସିରେ ତ ବିଭୋର
ତୁ ଯେବେ ଗୀତ ଗାଉ
ଭାବେ ମୋ ପାଇଁ ଗାଉଛୁ
ତୁ ଲେଖିଲେ କାହାଣୀ
ଭାବେ ମୋ କଥା ଲେଖୁଛୁ ।
ଆଖି କହେ ମନ ଭାଷା
ଓଠ ତୋତେ ଘୋଷୁଛି
ତୋର ସବୁ ଇଛ୍ଛା ଯେତେ
ମୋ ସପନେ ଭାଷୁଛି
ମନେମନେ ହସୁ ଯେବେ
ଭାବେ ମୋ କଥା ଭାବୁଛୁ
ରୁଷିଯାଉ ଯଦି କେବେ
ଭାବେ ମୋତେ ତୁ ଖୋଜୁଛୁ ।