STORYMIRROR

Firoj Patel

Romance

2  

Firoj Patel

Romance

ତୁ ପାଗେଳୀ ନା ମୁଁ ପାଗଳ

ତୁ ପାଗେଳୀ ନା ମୁଁ ପାଗଳ

1 min
14.1K


ଆଖି ଆଗକୁ ଖସି ପଡୁଥିବା

କୁଞ୍ଚିତ କେଶକୁ ସଜାଡ଼ି ଦେଇ

ତୋର ମନଖୋଲା ଚୁଲବୁଲି ହସ

ଭୁଲ୍ ଠିକ୍ ର ଛକରେ ତୋର ମୋର

ମନାନ୍ତର ଏବଂ ଅବଶୋଷ

ସବୁ ବୁଝି, ସବୁ ଯାଣି ବି

ଶତ ପ୍ରଶ୍ନର ପଥର ଫିଙ୍ଗି

ଅବୁଝାପଣର ଅଭିନୟ କରୁ ଅବିକଳ

କହ କହ ....

ତୁ ପାଗେଳୀ ନା ମୁଁ ପାଗଳ ।

#Firoj

କଥା ଛଳରେ କଥା ପଡ଼ିଗଲେ

ନିଜ ସବୁ ଭୁଲକୁ ମାନିଯିବା

କିଛି ଅକୁହା ରହିଗଲେ

ପୁଣି ଅବୁଝା ହେବା ...

ଅଚିହ୍ନା ହୋଇ ବି ଆମେ ଚିହ୍ନା

ଚିହ୍ନି ସାରିଲା ପରେ ପୁଣି

ଅଚିହ୍ନାଭଲି ଚାଲୁଥାଏ ପ୍ରଶ୍ନଖେଳ

କହ କହ ......

ତୁ ପାଗେଳୀ ନା ମୁଁ ପାଗଳ ।

ପାଗଳ କେବେ କଣ କହେ

ମୁଁ ପାଗଳ ବୋଲି,

ଚାଲିଥାଉ ଏ ପାଗଲାମି

ଭାଙ୍ଗୁ ପୁଣି ମିଶୁ ମନ

ଉଙ୍କି ମାରୁ ଆମ ନୂଆଁ ସକାଳ

କହ କହ ....

ତୁ ପାଗେଳୀ ନା ମୁଁ ପାଗଳ ।


ଫିରୋଜ୍


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance