STORYMIRROR

Firoj Patel

Romance

2  

Firoj Patel

Romance

ତୁ ପାଗେଳୀ ନା ମୁଁ ପାଗଳ

ତୁ ପାଗେଳୀ ନା ମୁଁ ପାଗଳ

1 min
14K


ଆଖି ଆଗକୁ ଖସି ପଡୁଥିବା

କୁଞ୍ଚିତ କେଶକୁ ସଜାଡ଼ି ଦେଇ

ତୋର ମନଖୋଲା ଚୁଲବୁଲି ହସ

ଭୁଲ୍ ଠିକ୍ ର ଛକରେ ତୋର ମୋର

ମନାନ୍ତର ଏବଂ ଅବଶୋଷ

ସବୁ ବୁଝି, ସବୁ ଯାଣି ବି

ଶତ ପ୍ରଶ୍ନର ପଥର ଫିଙ୍ଗି

ଅବୁଝାପଣର ଅଭିନୟ କରୁ ଅବିକଳ

କହ କହ ....

ତୁ ପାଗେଳୀ ନା ମୁଁ ପାଗଳ ।

#Firoj

କଥା ଛଳରେ କଥା ପଡ଼ିଗଲେ

ନିଜ ସବୁ ଭୁଲକୁ ମାନିଯିବା

କିଛି ଅକୁହା ରହିଗଲେ

ପୁଣି ଅବୁଝା ହେବା ...

ଅଚିହ୍ନା ହୋଇ ବି ଆମେ ଚିହ୍ନା

ଚିହ୍ନି ସାରିଲା ପରେ ପୁଣି

ଅଚିହ୍ନାଭଲି ଚାଲୁଥାଏ ପ୍ରଶ୍ନଖେଳ

କହ କହ ......

ତୁ ପାଗେଳୀ ନା ମୁଁ ପାଗଳ ।

ପାଗଳ କେବେ କଣ କହେ

ମୁଁ ପାଗଳ ବୋଲି,

ଚାଲିଥାଉ ଏ ପାଗଲାମି

ଭାଙ୍ଗୁ ପୁଣି ମିଶୁ ମନ

ଉଙ୍କି ମାରୁ ଆମ ନୂଆଁ ସକାଳ

କହ କହ ....

ତୁ ପାଗେଳୀ ନା ମୁଁ ପାଗଳ ।


ଫିରୋଜ୍


Rate this content
Log in

Similar oriya poem from Romance