STORYMIRROR

Firoj Patel

Others

3  

Firoj Patel

Others

ମନର କଥା

ମନର କଥା

1 min
14.2K


ତୁମ କପାଳରେ ଚମକୁ ଥିବା

କଳା ଟିକିଲି

ନୟନେ ନାଚୁ ଥିବା

ଅମାନିଆଁ ପ୍ରେମ ତରଙ୍ଗ

ଗୋଲାପି ଓ୦ରୁ ଝରି ପଡୁଥିବା

ଗୋଲାପି ମୁରୁକି ହସ

ଚେହେରା ଆଗକୁ ଆସୁଥିବା

6କରାଏ କେଶକୁ ସଜାଇ ଦେଇ

ମୋ ଆଡ଼କୁ ଚାହିଁବାରେ ହିଁ

ମୁଁ ମନ ଦେଇ ସାରିଛି ।

ଶବ୍ଦ ସାଙ୍ଗରେ ନିରନ୍ତର

ଖେଲୁଥିଲେ ବି

ମୋ ମନ କଥା ତୁମ ମନକୁ

କାଳେ ଖରାପ ଲାଗିବ ଭାବି

ଆଜି ଯାଏ କିଛି କହି ପାରିନି

ଏ କଥା ବି ସତ ଯେ

ମୁଁ କେବେ ହାର ମାନି ନି..

ଯେବେଠୁ ଜାଣିଛି

ତୁମ ମନ ଆଉ କା ପାଖରେ

ତେବେଠୁ ମନହୀନ ତନକୁ

ଜିତିବାର ଚେଷ୍ଟା ବି କରି ନି ।

ଯେବେ ମନଟା ଉଛୁଳି ପଡେ

ତୁମ ମୋର ସ୍ଵପ୍ନରେ

ଝରିପଡେ ମୁଁ ତୁମ ଅଙ୍ଗେ ଅଙ୍ଗେ

କିଛି ପାଇବାର ଆଶାରେ ନୁହେଁ,

ତୁମକୁ ପ୍ରେମରେ ଭିଜେଇବାର

ବିଫଳ ପ୍ରୟାସରେ ।

ବନ୍ଧୁ ବନ୍ଧୁର ଅଭିନୟରେ ବି

ବୁଝେଇ ପାରୁନି ମନକୁ

ତୁମେ ଯାହା ଭାବ ଯାହା କୁହ

ମୁଁ କିନ୍ତୁ ମନ ଦେଇଛି ତୁମକୁ

ଭଙ୍ଗା ମନ ଭାଙ୍ଗି ଗଲେ ଚଳିବ

ହେଲେ, ଅନ୍ୟ କୋଉ ରୂପରେ

ଆପଣେଇ ହେଉନି ତୁମକୁ ।

ମୋର ନହେଲେ ନାଇଁ

ତୁମେ ଯାହାର ହେଉଛ ହୁଅ

ମୋର କିଛି କହିବାର ନାହିଁ

ମୋ ବାକି ଜୀବନ କଟିଯିବ

ଆମ ପ୍ରେମ ଗୀତ ଗାଇଗାଇ ।

#ଫିରୋଜ


Rate this content
Log in