Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Firoj Patel

Romance

3  

Firoj Patel

Romance

ପରଖିବା ବନ୍ଦ କର

ପରଖିବା ବନ୍ଦ କର

1 min
7.5K


ମୁଁ ବି ମୋ ଭିତରେ

ବାନ୍ଧି ରଖିଛି ପ୍ରଳୟ

ଯିଏ ଉଡେଇ ନେଇ ପାରେ

ଲକ୍ଷେ ସୁନ୍ଦରୀର ମନ

ପ୍ରଣୟ ପାଇଁ ମୋହି ଆଣି ପାରେ

ମୋ ଛାତ ଉପରକୁ ଜହ୍ନ

ହେଲେ ମୁଁ ତ ଶାନ୍ତ,

ତେଣୁ.. ପରଖିବା ବନ୍ଦ କର ।

ଫିରୋଜ୍

ଖସି ପଡ଼ିଥିବ ତୋ ଅଂଟା ତଳ କନା

ମୋର କୁଆଁରୀ ମାଂସର ଲୋଭ ହୋଇପାରେ

ହେଲେ ତୋର ମୋର ସ୍ପନ୍ଦନ ମିଶି

ଆମ ସ୍ପନ୍ଦନ ହେଇ ସାରିଛି

ତେଣୁ.. ବିଶ୍ଵାସ କର

ଆଉ.. ପରଖିବା ବନ୍ଦ କର ।

ଅବିଶ୍ୱାସର ବଳୟକୁ

ଦିଗନ୍ତ ବାହାରେ ରହିବାକୁ ଦେ’

ମୁଁ ନିଜକୁ ତୋ ଭିତରେ ଢାଳି ଦେଇଛି

ତୁ ମତେ ତୋ ସଂସାର କରି ନେ

ସମ୍ପର୍କର ଭୂଇଁରେ

ଏ ଭୂମିକମ୍ପ...

ଖିନ୍-ଭିନ୍ କରିପାରେ ତତେ ଆଉ ମତେ

ତେଣୁ ଥୟ ଧର..

ଆଉ ..ପରଖିବା ବନ୍ଦ କର ।

ଫିରୋଜ୍ କୁମାର ପଟେଲ

ଅବନକେଲା, ସୁନ୍ଦରଗଡ-19


Rate this content
Log in

Similar oriya poem from Romance