STORYMIRROR

Anita Dash

Tragedy Others

3  

Anita Dash

Tragedy Others

ତୁ ଆଉ ଫେରିବୁନି

ତୁ ଆଉ ଫେରିବୁନି

1 min
12.1K


ଜୀବନର ସବୁ କ୍ଷଣଠୁ ଦୁଃଖଦ

ପ୍ରିୟ ଜନର ବିଚ୍ଛେଦ,

ସବୁଠୁ ଶୀତଳ କଠିନ ଅକାଳ

ମୃତ୍ୟୁ ର ଅବସାଦ। [୧]

ରାତି ପାହି ଦିନ ହେଲା ପୁଣି ଦିନ

ସରି ହୋଇଯିବ ରାତି,

ତୁ ଆଉ କେବେ ଫେରିଆସିବୁନି

ସବୁ ଥିବ ସେଇମିତି । [୨]

ମହୀରେ ଜନମି ମରଣ ଲଭିବା

ହେଲେବି ଅକାଟ ସତ୍ୟ,

ତୋର ଅଚାନକ ଅକାଳ ମୃତ୍ୟୁରେ

ଗଛ ପତର ବି ସ୍ତବ୍ଧ । [୩]

ଜୀବନକୁ ଏତେ ଜୀବନ ଭରିକି

ପାଉଥିଲୁ ପରା ଭଲ,

ହସି ହସାଇକି ଦିନ କାଟୁଥିଲୁ

ବୁଝିଲାନି ଜୀବନ ତୋ ମୂଲ । [୪]

ସୁଶିକ୍ଷିତା ମେଧାବୀ ସରଳା ନିରୀହା

ସଦାଚାରି ସୁଗୃହିଣୀ,

କର୍ମଜିବୀ ରୂପେ ଉତ୍ତମ ସ୍ୱଭାବେ

ସମସ୍ତଙ୍କୁ ଥିଲୁ ଜିଣି । [୫]

ହିଂସା ବିଦ୍ୱେଷ କପଟ ଛଳନା

କରିନି ତୋ ମନେ ଘର ,

ସାତ ପର ଜନ ଦୁଃଖକୁ ନସହି

ଝରାଉ ଲୁହର ଧାର । [୬]

ଉନ୍ନତ ତୋର ଜୀବନ ଦର୍ଶନ

ସତ୍ୟ ନ୍ୟାୟ ପଦେ ପଦେ,

ପରିସ୍ଥିତି ଆଗେ ମୁଣ୍ଡ ନୁଆଁଇକି

ସାଲିସ୍ କରିନୁ କେବେ । [୭]

ଜାଣିଥିଲୁ କିବା ଛାଡି ଚାଲିଯିବୁ

ଅଧାବାଟେ ବାଟ ଭାଙ୍ଗି,

ତୋ ଦୁଇ ପିଲାଙ୍କୁ ପିଲାଦିନୁ

ଗଢୁଥିଲୁ କରି ସ୍ୱାବଲମ୍ବୀ । [୮]

ସାଇ ଭଗବାନ ବବିତା ତ ସଦା

ଥିଲା ତୁମ୍ଭ ସମର୍ପିତା,

ଅତି ସ୍ନେହ କରି ପାଶେ ନେଲ ଡାକି

କନ୍ଦେଇ କି ଗଛ ଲତା । [୯]

ମୃତ୍ୟୁ ନଶ୍ୱର ଶରୀରକୁ ନିଏ

ଆତ୍ମା ତ ଅମର ଚିର,

ହୃଦୟରେ ଆମ ଅଲିଭା ସ୍ମୃତିରେ

ରହିବୁ ତୁ ନିରନ୍ତର । [୧୦]


Rate this content
Log in

Similar oriya poem from Tragedy