STORYMIRROR

Gunanidhi Samal

Tragedy

3  

Gunanidhi Samal

Tragedy

ଟୋପାଏ ସିନ୍ଦୁର

ଟୋପାଏ ସିନ୍ଦୁର

1 min
182

ତୋ ମଥାର ସେଇ ଟୋପାଏ ସିନ୍ଦୁର

କଲା ମୋତେ ସାତ ପର

ବୁଝି ମୁଁ' ପାରୁନି ଭଲ ପାଇବାରେ

କିବା ଦୋଷ ଥିଲା ମୋର

ସେ'ପ୍ରଥମ ଦେଖା ସେ'ପହିଲି ଛୁଆଁ

ଏବେବି ପଡେ ମୋ'ମନେ

ଭୁଲି'ଯା ଭୁଲି'ଯା କିଏ ସେ' କହୁଛି

ଆଜି ମୋର କାନେ କାନେ

ଭଲପାଇ ଯଦି ଭୁଲି ହେଉଥାନ୍ତା

ଭୁଲି ଯାଇଥାନ୍ତି ତୋତେ

କେମିତି କହିବି ମୋ'ଜୀବନ ବନ୍ଧା

ପଡିଛି ତୋହରି ହାତେ

ତୁ' ସିନା ଗଢିବୁ ସୁଖର ସଂସାର

ଆଉ କାହା ହାତ ଧରି

ମୁଁ' କିନ୍ତୁ ଜଳିବି ଯନ୍ତ୍ରଣା ଜୁଇରେ

ତୋତେ ଏକା ଝୁରିଝୁରି

ଭଲପାଇ ମୋତେ ଭୁଲିଗଲୁ ବୋଲି

କହିବିନି ଦିନେ କା'ରେ

କଳାମେଘ ହୋଇ ଭାସିବିନି କେବେ

ତୋ' ଜୀବନ ଆକାଶରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy