STORYMIRROR

Bijay Prusty

Romance

3  

Bijay Prusty

Romance

ଟିକିଏ ଶୁଣିଯାଅ

ଟିକିଏ ଶୁଣିଯାଅ

1 min
192


କାନ ଡେରିଟିକେ ଶୁଣ ମୋର କଥା

କାହିଁକି ଯାଉଛ ଚାଲି

ତୁମେ କି ଜାଣିନ ତୁମକୁ ମୁଁ ସଖୀ

କେତେ ଭଲପାଏ ବେଲି?

କହିବାକୁ ଅଛି କେତେ କଥା ସଖୀ

ଶୁଣିବକି ନାହିଁ କୁହ? 

ନହେଲେ ଜାଣିଛ ମନଦୁଃଖେ ମୋର

ଆଖି ଝରାଇବ ଲୁହ I

ମନେ କି ପଡୁନି ପହିଲି ଦେଖାର

ପହିଲି ପହିଲି ଛୁଆଁ

ସାଗର ବାଲିରେ ଲୋଟିଥିଲା ମନ

ଦେହେ ଲାଗିଥିଲା ନିଆଁ I

ତୁମରି ଦେହର ଚାରୁ ଚିତ୍ରପଟେ

ଲେଖିଥିଲି ଗୋଟେ ଗୀତ

ତୁମେ କହିଥିଲ ମୋ କାନରେ ଯାହା

ମନ ହୋଇଥିଲା ପ୍ରୀତ I

ଭଲକଲ ତୁମେ ସଅଳ ଆସିଲ

ପ୍ରୂତିଫୁଲ ହାତେ ଧରି

ଏକାକରି ଆଉ ଯାଅନାହିଁ ସଖୀ

ହୃଦୟ ପଥର କରି I

ଫିକା ଫିକା ଏଇ ଜହ୍ନ ଆଲୁଅରେ

ହାତରେ ହାତକୁ ରଖୀ 

ଆନନ୍ଦେ ଗାଇବା ଯୁଗଳ ସଙ୍ଗୀତ

ଆସ ଆସ ପ୍ରିୟ ସଖୀ I

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance