STORYMIRROR

Satyabati Swain

Tragedy Children

4  

Satyabati Swain

Tragedy Children

ଟିକି ଚଢ଼େଇରେ ଟିକି ଚଢେଇ

ଟିକି ଚଢ଼େଇରେ ଟିକି ଚଢେଇ

1 min
637

ଟିକି ଚଢ଼େଇରେ ଟିକି ଚଢେଇ

କୁଆଡେ ଯାଉଛୁ ଡେଣା ମେଲାଇ

ଝାଡ଼ି ଦେଇ ପର ତୋର

ମୋତେ କି ଟିକେ ନେବୁ ବୁଲେଇ

ଆକାଶ ବୁକୁରେ ଦେବୁ ଉଡାଇ

କରି କୁନି ସାଥି ତୋର ?


ମୋ ଦୁନିଆଁ ରୁ ହସ ଲିଭିଛି

ମୋ ରାଇଜରେ ଲୁହ ଭରିଛି

ଶାନ୍ତିର କପୋତ ଏଠି

ଗୁମୁରି ଗୁମୁରି ନିତି କାନ୍ଦୁଛି

ନିରୀମାଖୀ ହୋଇ ଝରି ଯାଉଛି

ଦେଖି ଯାଆ ଟିକେ ଆସି।।


ଆତଙ୍କବାଦ ଓ ନକ୍ସଲ ମାଡ଼େ

ନିରୀହ ମଣିଷ ମୁଣ୍ଡଟି ଗଡେ

ବୋମା ଫୁଟେ ଛାତି ତଳେ

ମଣିଷ ପଣିଆ ଯାଇଛି ହଜି

କଦାକର ପୁଣ୍ୟ ଭୁଇଁଟି ଆଜି

ଦେଖି ଯାଅ ଆସି ଥରେ।


ମୁହେଁ ତୁଣ୍ଡି ଛଅଫୁଟ ଦୂର

ବିଶ୍ୱ ଛାତି ଆଜି ଥର ହର

ମେଲିଛି କରୋନା କାୟା

ଗୃହ ବନ୍ଦୀ ଅଛୁ ତ ହୋଇ

ହାହାକାର ଆମ ଏ ମହି

କୋଭିଡ ଜୀବନ ଚାଟି ଦିଅଇ।


ଏମିତି ମଞ୍ଜିଟେ ଦିଅନ୍ତୁ ପୋତି

ସତ୍ୟ ଶାନ୍ତି ଫୁଲେ ହୁଅନ୍ତା ଭର୍ତ୍ତୀ

ସୁସ୍ଥ ସୁରକ୍ଷିତ ହୋଇ

ହସନ୍ତା ପୃଥୀ ହସନ୍ତା ମଣିଷ

କ ରୋନା ନିଆନ୍ତାନି ଆମ ଆୟୁଷ

ଆସନ୍ତା ଆନନ୍ଦ ବିନା ବଜେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy