Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ଠକିବାରୁ ଶିଖିଗଲା

ଠକିବାରୁ ଶିଖିଗଲା

1 min
13K


ରମାକାନ୍ତ ପୁରୋହିତ


ସକାଳୁ ସକାଳୁ ଗହଳ,

ଶୁଣି ହଟିଲା ମନୋବଳ ।୧ ।

ଆମ ଗାଁ ସାହୁ ମହାଜନ,

କରଜ ଦେବା ପାଇଁ ଧନ ।୨ ।

ହୁଏ ନି କେବେ ଆଗପଛ,

ବନ୍ଧକ ଫେରାଇବା ମିଛ ।୩ ।

କଣ୍ଟ ପୁରିଲେ ଆଣ୍ଟ କରି,

କହେ ହେବାକୁ ଯାଅ ଫେରି ।୪ ।

ତୁମେ ଆସିବା ହେଲା ଡ଼େରି,

ତୁମ ବନ୍ଧକ ଗଲା ପୁରୀ ।୫ ।

ଆମକୁ ଆଉ ହଇରାଣ,

କରିବା ଖାଲି ଅକାରଣ ।୬ ।

ଏକଥା ଶୁଣି ପ୍ରତିଦିନ,

ଭାବିଲି ଆଜି ଶୁଭ ଦିନ ।୭ ।

ହାତରେ ଧରି ପାଣିଢାଳ,

ଯାଉଛି ସାହୁ ହୁଡାତଳ ।୮ ।

ଲୁଗାକୁ ରଖି ସଡକରେ,

ବସିବ ଯାଇ ପଡ଼ିଆରେ ।୯ ।

ଟଙ୍କା ଲଗାଉଛି କରଜ,

ଘରେ ପାଇଖନା ଅସଜ ।୧୦ ।

ଏବେଳେ ମୁଣ୍ଡେ ଲୁଗାଭିଡ଼ି,

ଅନନ୍ତା ଗଲାଣି ଦଉଡ଼ି ।୧୧ ।

ଲୁଗା ଲୋଟାକୁ ଲୁଟିନେଲା,

ସାହୁ ବୁଢା ବସି ଚାହିଁଲା ।୧୨ ।

ହେଲେ ତୁଣ୍ଡ ତା ଫିଟୁନାହିଁ,

ଦେଖିଲେ ସାକ୍ଷୀ କେହିନାହିଁ ।୧୩ ।

ତାକୁ ଲାଗିଲା ବଡ଼ ଦୁଃଖ

କାହାକୁ ଦେଖାଇବ ମୁଖ ।୧୪ ।

ଜୋରରେ ପଶି ଶୌଚହେଲା,

ଘରକୁ ଫେରି ବିଚାରିଲା ।୧୫ ।

ଯଦି ଏପରି ନିତ୍ୟପ୍ରତି,

ଲୁଟି ନେବେ ମୋର ସଂପତ୍ତି ।୧୬ ।

ତେଣୁ ପଡ଼ିଆ ଯିବା ମନା,

ଗୃହରେ ରଚି ପାଇଖନା ।୧୭ ।

କରିବା ସାହୁ ବିଚାରିଲା,

ଠକିବାରୁ ସେ ଶିଖିଗଲା ।୧୮ ।


Rate this content
Log in

Similar oriya poem from Children