STORYMIRROR

Debabrata Jena

Inspirational

3  

Debabrata Jena

Inspirational

ତଥାପି ମୋ ଦେଶ ହସୁଛି

ତଥାପି ମୋ ଦେଶ ହସୁଛି

1 min
331



ମୋ ଦେଶବାସୀ ଆଜି ସପ୍ତତିତମ

ଜନରାଜ୍ୟ ଦିନ ପାଳୁଛି....

ପରାଧୀନତାର ସ୍ୱାଦକୁ ମୋ ଦେଶ

ସ୍ଵାଧୀନତା ବୋଲି ମାନୁଛି.....

ନେତା ମନ୍ତ୍ରୀଙ୍କର ଡ଼ିଣ୍ଡିମ ବାଜାରେ

ସହର ବଜାର କମ୍ପୁଛି.......

ଆଉ କୁନ୍ଦୁଲି ପିଡୀତା ସସ୍ମିତାର ଆଜି

ନ୍ୟାୟ ପାଇଁ ଲଢ଼ି ଆତ୍ମହତ୍ୟା ନୁହେଁ

ହତ୍ୟା, ଷଡଯନ୍ତ୍ରେ

ଜୀବନ ପ୍ରଦୀପ ଲିଭିଛି.......

ତଥାପି ମୋ ଦେଶ ହସୁଛି...ତଥାପି ମୋ ଦେଶ ହସୁଛି...(୧)

ସ୍ୱାଧୀନତାର ଅସଲ ସ୍ୱାଦକୁ

ଦେଶବାସୀ ଆଜି ଚାଖୁଛି.......

ନାରୀ ନିର୍ଯ୍ୟାତନା, କନ୍ୟା ଭ୍ରୁଣ ହତ୍ୟା

ନାରୀକୁ ସମ୍ମାନ ଦେଇଛି !

ନିଜ ସ୍ୱାର୍ଥ ପାଇଁ ମୋ ଗାଆଁ ଭାଇ

ନେତା ହେବା ପାଇଁ ଲଢ଼ୁଛି...........

ମାନବିକତାର ଦ୍ୱାହି ଦେଇ ଆଜି

ଗାଁଠୁ ସହର ଜଳୁଛି............

ତଥାପି ମୋ ଦେଶ ହସୁଛି...ତଥାପି ମୋ ଦେଶ ହସୁଛି...(୨)

ମିଡ଼ିଆ ଵାଲାଠୁ ନେତା କୁଜୀ ନେତା

ବିରୋଧୀ ଗୋଷ୍ଠୀର ଯେତେ ହର୍ତ୍ତାକର୍ତ୍ତା

ବାହାବା ନେବାକୁ ଚାତକ ପରିକା

ସୁଯୋଗ ଟିକକ ଉଣ୍ଡୁଛି....

ଆଉ ଚାମଚା ,ଚେଲାଏଁ,ଗୁଣ୍ଡା ଦାଦାଗିରି

ହରତାଳ ପାଇଁ ଆସ୍କା ଫର୍ଟି ଧରି

ଦୁର୍ନୀତିର ନାରା ଜପୁଛି....

ଆମ ଆଦମୀଟା ବନ୍ଦ ଡାକରାରେ

ନିଛୁ ଦହଗଞ୍ଜ ହେଉଛି .....

ତଥାପି ମୋ ଦେଶ ହସୁଛି...ତଥାପି ମୋ ଦେଶ ହସୁଛି...(୩)

ଦୋଷ କରି ଦୋଷୀ ନିଶ ଫୁଲାଇକି

ସହର ବଜାର ବୁଲୁଛି.....

ନିର୍ଦୋଷ ଲୋକଟା ଗାଁ ଦାଣ୍ଡେ ସିନା

ମୁଣ୍ଡ ନୁଆଇଁକି ଚାଲୁଛି....

ଏଠି ପୁଅ କଲେ ବାପ ମୁଣ୍ଡ ଟେକି ଚାଲେ

ଆଉ ଝିଅ କଳଙ୍କିନୀ ସାଜୁଛି......

ଭକ୍ଷକ ସାଜିଣ ରକ୍ଷକଟା ଆଜି

ଦୁର୍ନୀତିର ସାଥ୍ ଦେଉଛି......

ତଥାପି ମୋ ଦେଶ ହସୁଛି .....ତଥାପି ମୋ ଦେଶ ହସୁଛି .....(୪)


ଦେବବ୍ରତ ଜେନା

ଶିକ୍ଷକ, ରଣସିଂହପୁର ଆଶ୍ରମ

ଭୋଗରାଇ, ବାଲେଶ୍ଵର

୯୫୮୩୧୩୮୫୩୩


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational