STORYMIRROR

Kabiratna Nutan Kumar Behera

Classics Fantasy Inspirational

3  

Kabiratna Nutan Kumar Behera

Classics Fantasy Inspirational

ତଥାପି କିନ୍ତୁ

ତଥାପି କିନ୍ତୁ

1 min
186


' କିନ୍ତୁ ' ଭୁଲ୍ ବୁଝାମଣାର 

ଏକ ବିଷାକ୍ତ ଘା'

ସଂକ୍ରମିତ ହେଉଥାଏ 

ଦୁର୍ବଳ ରୁଗ୍ଣ ମାନସିକତାରେ

ବାହାରୁ ଥାଏ ତା' ଭିତରରୁ

ସନ୍ଦେହ ଅବିଶ୍ବାସର 

ପଚା ଦୁର୍ଗନ୍ଧ

ଜଣକର ଆତ୍ମଭରସାକୁ 

ପରାସ୍ତ କରୁଥାଏ ବାରମ୍ଵାର

ହୁଏ ସେ ଅସହାୟ

ଦଣ୍ଡ ପାଏ ଅନୁତାପ କରେ

ମାତ୍ର କରେନା ସଂଶୋଧନ

ନିଜର ଚିନ୍ତାଧାରାକୁ

ରଖେ ରୁକ୍ଷ ଅମାର୍ଜିତ 

ଆଦ୍ୟରୁ ପ୍ରାନ୍ତ

ଅଖାଦ୍ୟ ଫଳର 

ସ୍ବାଦ ଗୁଣ ପରି

' ତଥାପି ' ଜାହିର୍ କରେ

ତା' ଧାରଣାର ମତାମତକୁ

କହେ ଯୁକ୍ତି ଛଳରେ 

ତା' କଥା ସଠିକ୍ ନିର୍ଭୁଲ୍ 

ସ୍ଵୀକାର କରେ ନାହିଁ

ନିଜର ଅପାରଗତାକୁ

ଦାମ୍ଭିକ ରହେ ଅନ୍ୟଠାରେ

ଯା'ର ପ୍ରତିକ୍ରିୟାରେ 

ହୁଏ ମତାନ୍ତରରୁ ମନାନ୍ତର...।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics