STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ତଥାପି ଜୀବନ ରହିଛି ବାକି

ତଥାପି ଜୀବନ ରହିଛି ବାକି

1 min
123

ସଂଘର୍ଷ ମୟ ଜୀବନର ପଥ 

କଣ୍ଟକିତ ଏଠି ଚଲାପଥ

ଜୀବନ ନୁହଁଇ ଗୋଲାପର ଶେଯ

ଜୀବନ ଯୁଦ୍ଧ ରେ ଲଢିବାକୁ ହେବ।

ଉଠାଣି ଗଡାଣି ଜୀବନ ପଥରେ

ଭାସି ଭାସି ଯାଉ ପତର ପରାଏ

ସୁଖର ନଈରେ ପହଁରୁତ କେବେ

ଦୁଃଖର ସାଗରେ ଡୁବି ଯାଉ କେବେ।

ଜୀବନେ ନିଦାଘ କଷଣ ସହିଛୁ

ବରଷାର ବାରି ଧାରାରେ ଭିଜିଛୁ

ପଉଷ ଶୀତର ଜାଡକୁ ସହିଛୁ

ମୃଦୁମଳୟ ରେ ଶୀହରି ଉଠିଛୁ।

ହାରିନୁ କେବେ ବି ଜୀବନର ବାଜି

ତଥାପି ଜୀବନ ରହିଛି ତ ବାକି

ଚାଲିଛୁ ଚାଲିବୁ ଥକି ନ ପଡିବୁ

ମୁଦିବା ଆଗରୁ ଦୁଇ ଆଖି।

ତଥାପି ଜୀବନ ରହିଛି ବାକି

କଣ୍ଟକିତ ଏଇ ଜୀବନର ପଥେ

ସାହା ଏକା ଚକାଆଖି

ଜଗା ବିନା ନାହିଁ ଆନ ଗତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational