STORYMIRROR

DILIP KUMAR SAHOO

Inspirational Children

4  

DILIP KUMAR SAHOO

Inspirational Children

ତ୍ରିରଙ୍ଗା

ତ୍ରିରଙ୍ଗା

1 min
280

  


  ପ୍ରଗତିର କଥା କହେ ତ୍ରିରଙ୍ଗା

  ସମ୍ପ୍ରତିର ଗାଥା ଗାଏ ତ୍ରିରଙ୍ଗା

  ମାଟିରୁ ଆକାଶ ରଙ୍ଗ ବୁଣିବୁଣି

  ପରାଣେ ବୁହାଏ ପ୍ରୀତିର ଗଙ୍ଗା


  ସାହସ ଶକତି ଦେଶପ୍ରେମ ଭକ୍ତି

  ମନେ ଭରିଦିଏ ବଳ

  ଏଇ ତିନି ରଙ୍ଗ ବାଟ ବତାଏରେ

  ଭେଦିବାକୁ ଲକ୍ଷ୍ୟ ସ୍ଥଳ

  ଶାନ୍ତିର ପ୍ରତୀକ ଏ ତ୍ରିରଙ୍ଗା

  ସତ୍ୟର ଗୀତ ଗାଏ ତ୍ରିରଙ୍ଗା  

  ସବୁରି ହୃଦୟ ଯାଏ ଜିଣିଜିଣି

  ଖୁସିରେ ଉଛୁଳେ ଜୀବନ ଡଙ୍ଗା


  କ୍ରୀଡାଙ୍ଗନ ହେଉ ଅବା ରଣାଙ୍ଗନ

  ଉଡାଇ ତ୍ରିରଙ୍ଗା ବାନା

  ବିଜୟର ପର୍ବ ପାଳନ କରୁରେ

  ଅରି ହୁଏ ଆନମନା

  ସମ୍ପର୍କର ସେତୁ ଏଇ ତ୍ରିରଙ୍ଗା

  ଜିତିବାର ପୁଲକ ଏ ତ୍ରିରଙ୍ଗା

  ଦେଶପ୍ରେମ ପ୍ରେରଣାର ସ୍ରୋତସ୍ୱିନୀ

  ତିନି ରଙ୍ଗେ ଚଉଦିଗ ରଙ୍ଗାରେ ରଙ୍ଗା

    

  ରଖିବାକୁ ଏଇ ପତାକାର ଟେକ

  ଯାଇଛି ଜୀବନ କେତେ

  ରଖିବୁ ତା ମାନ ତାର ସନମାନ 

  ଆସୁ ଦାଉ ଧକ୍କା ଯେତେ

  ଅହିଂସାର ବାର୍ତ୍ତା ଦିଏ ତ୍ରିରଙ୍ଗା

  ଏକତାର ମନ୍ତ୍ର ଗାଏ ତ୍ରିରଙ୍ଗା

  ବିକାଶ ପଥକୁ ଆଲୋକିତ କରେ

  କୁମାରୀକା ଠାରୁ କାଞ୍ଚନଜଙ୍ଗା .


   

   

   

  

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational