STORYMIRROR

Jagannath Das

Inspirational

4  

Jagannath Das

Inspirational

ତ୍ରିରଙ୍ଗା ପତାକା ର ବନ୍ଦନା

ତ୍ରିରଙ୍ଗା ପତାକା ର ବନ୍ଦନା

1 min
373


ତ୍ରିରଂଗା ପତାକାରତଳେ ହୁଅ ଉଭା

ଉଭାରି ଉଚ୍ଚେ ଶିର

ଏଇ ପତାକାର ଦେଶ ଚାଲେ ଆଜି

ବିଶ୍ବ ବିଜୟୀ ବୀର...।


ନଵୀନ ଯୁଗର ଉଦ୍ଦାମ ଯୁବା

ଚାଲ ଆଜି ଦଳବଳେ

ଅଗ୍ରଗତିର ପ୍ରତୀକ ପତାକା

ପ୍ରଣାମ କର ହେ ତଳେ...।


ଏ ପତାକା ଆଜି ଜାଗେ ରାଜ୍ୟରେ

ଉଦୟ ରବିର ରାଗେ

ତ୍ୟାଗ ସାହାସର ପ୍ରତୀକ ପତାକା

ସଂଗୀତ ରଂଗ ମାଗେ...।


ଏପତାକା ଆଜି ଫର ଫର ଉଡେ 

ହର୍ଷିତ ଜଗତ ଯାକେ

ସତ୍ୟର ଶାନ୍ତିର ପ୍ରତୀକ ପତାକା

ସତେକି ଦେଶକୁ ଡାକେ...।


ଚିର ନମସ୍କାର ତ୍ରିରଂଗା କୁ ମୋର

ଧରଣୀ ଧୁଳି ସାଥେ

ସିଂହ ସମାନ ଚାଲୁଛେ ଆମେରେ

ବିଜୟ ବିନ୍ଦୁ ମାଥେ...।।


Rate this content
Log in

Similar oriya poem from Inspirational