STORYMIRROR

Panchanan Jena

Inspirational

3  

Panchanan Jena

Inspirational

ତ୍ରିବାର ହୁଁକାର

ତ୍ରିବାର ହୁଁକାର

1 min
387

ଶୁଭ କାର୍ତ୍ତିକ ପୂର୍ଣ୍ଣିମାର ସ୍ଵର୍ଣ୍ଣିମ ଆସର

ଗୁରୁ ନାନକ ଦେବ ଜୟନ୍ତୀର ଶୁଭ ଅବସର

ଆଲୋକୋତ୍ସବ ପର୍ବର ସ୍ୱର୍ଗୀୟ ଆଡ଼ମ୍ବର

ପାଳନ କରନ୍ତି ନାରୀ ନର

ହୋଇ ଏକାକାର 

ଅମୃତ ଆସର ।


ଏ ସନ ନାହିଁ ?

ଏ ବର୍ଷ କାହିଁ ?

କରେ।ନା ମହାମାରୀ କବଳେ

ଲୋକେ କମ୍

ସରକାରୀ କଳ ନାକେଦମ୍ ସକଳେ

ବନ୍ଦ କଟକ ବାଲିଯାତ୍ରାର ମହା ଆଡ଼ମ୍ବର

ବୋଇତ ବନ୍ଦାଣ ଉତ୍ସବ ବି ମନା ସହର ନଗର 

ରାହାସ ପୂର୍ଣ୍ଣିମୀର କଳରୋଲ ଉତ୍ସବ

ପଞ୍ଚୁକ ପର୍ବର ହୁଳୁହୁଳି ସ୍ୱର ବିଭବ

ଉତ୍କଳୀୟ ରୀତି ପରମ୍ପରା 

ଲଭିବ କି ସମାଧି ?


କଳିଙ୍ଗର ଐତିହ ଇତିହାସ

ଅତୀତରେ ନୌବାଣିଜ୍ୟ 

ସାଧବ ପୁଅର ବେପାର ବଣିଜ 

ସାହସୀ ଓଡ଼ିଆ ପୁଅର 

ଅଦମ୍ୟ ସାହସ ବୀରଗାଆ

ସବୁ କ'ଣ ରସାତଳଗାମୀ ହେବ ?


ନାଁ ନାଁ ନାଁ ! ! !

ତ୍ରୀବାର ହୁଁକାରୀ ଉତ୍କଳୀୟ ନାରୀ

ହାତରେ ମୁରୁଜ ଫୁଲ

କାର୍ତ୍ତିକ ମାସରେ ବ୍ରତ- ପଣ କରି

ବଜ୍ର ସପଥ ବିଗୁଲ ।


ଆକାଶ ଛାତିରେ ବତିଘର ଭ୍ରମ

ଟାଙ୍ଗିଲେ ଛିଦ୍ର ଆଟିକା

ଆକାଶଦୀପ ଲଗେଇ ଅନ୍ଧାର ହଟେଇ

କରେ।ନା କାନେ ନାସିକା ।


ତୁଳସୀ ଚଉରା ମୂଳେ ଦୀପାଳୀ ଲଗେଇ

ରାଇ ଜାମୋଦର ସ୍ତୁତି

ଶୀତ କାକରକୁ ଖାତିର ନ କରି

ବୁଡ଼ ମାରେ ନିତି ପ୍ରତି ।


କଦଳୀ ପଟୁଆ ଡଙ୍ଗା ହାଡେ ଧରି

ଆଣ୍ଠୁଏ ପାଣିରେ ପସି

ଘର ପାଖ ନଦୀ ପୋଖରୀରେ

ପୂଜାକରେ ହସି ହସି ।


ଅଗଣାରେ ଆଙ୍କେ ରଙ୍ଗୋଲି ମୁରୁଜ

ପରମ୍ପରାକୁ ବଞ୍ଚେଇ

ଓଠେ ଶୁଭେ ଶୁଭ ହୁଳୁହୁଳି ଶ୍ଵର

ଗଗନ ପବନ କଂପେଇ ।


ଘାଟ ଯାଏ ଆଙ୍କେ ଗୋବରେ ଲିପେ

ଝୋଟି ଚିତା ରଙ୍ଗବୋଳି

ଚଲାପଥେ ଶୋଭେ ଧୂପ ଦୀପ ବାସେ

ଚନ୍ଦନ ଟିକା କପାଳି ।


ମନାସେ ନୀରବେ ଫେରିବାକୁ ଗର୍ବେ

ସୁବର୍ଣ୍ଣ ସକାଳ ପୁଣି

କାର୍ତ୍ତିକ ପୂର୍ଣ୍ଣମୀ ମୂକସାଖୀ ସଦା

କଳିଙ୍ଗ ବୀରା ରମଣୀ ।


ହୃଦୟରୁ ମାନେ ତୁମ ବଳିଦାନ

ପଦଚିହ୍ନ ନଦୀ ତୀରେ

ପବନ ଲହଡି ହ୍ୟୁନ୍ତି ଭିଡ଼ାଭିଡ଼ି

ଗୁଣ ଗାଇ ମନ ସୁରେ ।


ଉତ୍କଳୀୟ ପ୍ରାଣେ ତୁମେ ବଂଚେଇଛ

ଅତୀତ ବୀରତ୍ଵ ଗାଥା

କାର୍ତ୍ତିକ ବନ୍ଦାଣ ଶ୍ରାବଣ ଆଗମନ

ଓଡିଆ ଜାତିର ବାର୍ତ୍ତା ।


-ଲହୁଣି ପିତୁଳା ସୁମନ ଅବଳା

ଭାବନା ହତ୍ୟାକାରିଣୀ

ନାରୀ ନାରାୟଣୀ ଐଶର୍ଯ୍ୟ ଧାରିଣୀ

ନିତି ରିତି ନିର୍ଦ୍ଧାରିଣୀ ।


ଜୀବନ ରହୁ ବା ଯାଇ କରେ।ନା କରାଳେ

ଜାତି ଗୌରବ ବଞ୍ଚୁ

ତୁମ୍ଭ ତ୍ୟାଗ ଗାଥା ଭଡୁ ଫରଫର

କାଳଜୟୀ ନେତ ସଞ୍ଚୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational