ତୋତେ ମୁଁ ସିନ୍ଦୂର ଦେବି
ତୋତେ ମୁଁ ସିନ୍ଦୂର ଦେବି
ବିଧବା ଯନ୍ତ୍ରଣା ତ୍ୟାଗ କରି ରୁହ
ଖୁସି ଆରାମରେ ବସି
ଦୁଇପଟ ଶଙ୍ଖା ଟୋପାଏ ସିନ୍ଦୂର
ଆଣିଛି ତୋ ପାଇଁ ହସି l
ବିଧବାରୁ ହେବୁ ସଧବା ସୁନ୍ଦରୀ
ଲୁହ ଶୁଖିବ ଆଖିରୁ l
ଝର ଝର ତେଜ ଉଭେଇ ଯିବଟି
ଫଗୁଣ ଆସିବ ସୁଖେ l
ଦୁହିଁଙ୍କ ମିଳନ ସପନ ଜୀବନ
ରହି ଥାଉ ପ୍ରେମ ମୁଖେ l
ସଦା ସରବଦା ତୋର ପ୍ରେମ ଗୀତେ
ମନ ମୋ ଝଙ୍କାରି ଉଠୁ l
ନବ ତରଙ୍ଗର ନବ ଯୁଗ୍ମ ବେଶ
ଆନନ୍ଦ ମନରେ ଜୁଟୁ l

