STORYMIRROR

Rabindra kumar Sahoo

Romance Tragedy

3  

Rabindra kumar Sahoo

Romance Tragedy

ତୋର ନୀରବତା

ତୋର ନୀରବତା

1 min
249

ତୋର ନୀରବତା

ମୋତେ କହୁଛି

ଅନେକ କଥା

ମୋ ମନେ ଆଣୁଛି

ଅନେକ ବ୍ୟଥା ।

ସତେ କି ବଖାଣୁଛି।

ତୋର ହୃଦୟର ଗାଥା

ତୋ ମନର ଅନେକ

ଅକୁହା କଥା

ତୋର ନୀରବତା ।

ଅତୀତର ସେ ଅଭୁଲା ସ୍ମୃତି

ଅତୀତର ଅଭୁଲା ବାର୍ତ୍ତା

ବିଗତ ଦିନର ସେ

ପ୍ରେମ, ପ୍ରଣୟ

ବିରହର ଅସୁମାରୀ ଗାଥା

କେତେ ସୁନେଲି ସ୍ଵପ୍ନର

ଇଙ୍ଗିତ ଦିଏ ଏବେ ବି

ସତେ କି ସେ ମନେପକାଉଛି

ଆମର ସେ ଅମର ପ୍ରେମର

ଅଭୁଲା ବାର୍ତ୍ତା

ତୋର ନୀରବତା ।

ସତେ କି ତୁ ଜଳୁଛୁ

ମୋତେ ବି ଜାଳୁଛୁ

ତୋ ଆଖି ଚାହେଁ

କିଛି କହିବାକୁ

ତୋର ଥର ଥର ଓଠ

ଚାହେଁ କିଛି କହିବାକୁ

ଆଖି କୋଣୁ

ଅସରା ଲୁହମାନେ

ଚାହୁଁଛନ୍ତି ଅନେକ କିଛି କହିବାକୁ

କିଛି ସ୍ମୃତି, କିଛି ଅନୁଭୂତି

କିଛି ପ୍ରୀତିର ବାର୍ତ୍ତା

ତୋ ମନ ଓ ହୃଦୟ

ଚାହେଁ ସତେ କହିବାକୁ

ତୋର ଅଙ୍ଗ ଭଙ୍ଗୀ

ତୋର ଭାବଭଙ୍ଗୀ

ବତାଉଛି ମୋତେ

ଅନେକ କଥା

ମୋ କାନେ ସତେ

କହିବାକୁ ଚାହେଁ

ତୋର ସେହି ଅତୀତର

ପ୍ରେମ ଓ ବିରହ ଜନିତ

କିଛି ବ୍ୟଥା

ତୋର ନୀରବତା ।

ତୁ ନ ଥିଲୁ କଳଙ୍କିନୀ

ଚରିତ୍ରେ ନ ଲଗାଇ ଦାଗ

ଦେଖାଇଥିଲୁ କିନ୍ତୁ ମୋତେ

ସ୍ନେହ ପ୍ରେମର କେତେ

ରାଗ ଅନୁରାଗ

ମନେ ତୋ ଥିଲା ସ୍ବଚ୍ଛତା

ହୃଦୟେ ଥିଲା କୋମଳତା

ତୁ କା' ଘର ଥିଲୁ ଦୁହିତା

ସାଜିଲୁ କା' ଘର ବଧୂ

କିନ୍ତୁ ନ ଥିଲୁ କୁଳଟା

ଥିଲୁ ଚରିତ୍ରବତୀ, ହୃଦୟବତୀ

କଳଙ୍କିତ ନ ଥିଲା ତୋ

ଚରିତ୍ର ସଂହିତା

ତୁ ସାବିତ୍ରୀ, ଅହଲ୍ୟା

ତୁ ଥିଲୁ ସୀତା

ତୋ ପ୍ରେମେ ନ ଥିଲା

ଶରୀର ବାସନାର ଛିଟା

ଆଜି ଦେଖିଲେ

ତୋ ମୁଖକୁ

ତୋ ନୟନକୁ

ତୋ ଓଠକୁ

ସତେ ସବୁ ବଖାଣୁଛନ୍ତି ଏମାନେ

ଆମ ଅତୀତର ସେ ଶାଶ୍ବତ

କାମନା, ବାସନା ବିହୀନ

ଅମର ପ୍ରେମର ଗାଥା

ସତେ ସେ ସବୁ ପ୍ରକାଶୁଛି

ତୋର ନୀରବତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance