STORYMIRROR

Amita Dash

Romance Inspirational

3  

Amita Dash

Romance Inspirational

ତୋର ମୋର ଯୋଡ଼ି ସୁନ୍ଦର

ତୋର ମୋର ଯୋଡ଼ି ସୁନ୍ଦର

1 min
242

ପ୍ରେମ ଚିରନ୍ତନ ପ୍ରେମ ଶାଶ୍ୱତ।

ପ୍ରେମ ଅଟେ ଅଜର ଅମର।

ତିନି କୋଣ ,ଚାରି କୋଣ କରି କରି ଦିଅନା

ପ୍ରେମ ପରି ପବିତ୍ର ଶବ୍ଦର ଅର୍ଥକୁ କଦର୍ଥ।

ମାଆର ସନ୍ତାନକୁ ବାତ୍ସଲ୍ୟ ପ୍ରେମ

ପତି, ପତ୍ନୀରେ ଯୋଉ ନୈସର୍ଗିକ ପ୍ରେମ

ଆଉ କାହା ଦ୍ବାରା ହେବ କି ସମ୍ବବ?

ପତି, ପତ୍ନୀ ନିକିତିର ଦୁଇ ପଲା ହେଲେ

ସନ୍ତୁଳନ ରଖିବାକୁ ହେବ।

ବାପା ପରି ଗୋୖରବର ଉପାଧି ଯୋଉ ପତ୍ନୀ ଦେଇଚି

ତା'କୁ ମୁରୁଛି ପାରିବକି?

ସ୍ତ୍ରୀକୁ ପ୍ରେମିକା ସଜାଅ 

ଜିନ୍ସ ପିନ୍ଧାଇ ବୁଲେଇ ନିଅ

କାହାର ଟୋକିବାର ଯୁ ନଥିବ।

ଅଜଣା ଝିଅ ଟିଏ ଗାଡ଼ି ପଛରେ ବସେଇ ବୁଲେଇଲେ

ଜଗତ ଛି,ଛି ଥୁ,ଥୁ କରିବ।

ସ୍ତ୍ରୀକୁ ଯୋଉ ଦିନ ଜିନ୍ସ ପିନ୍ଧାଇ ବୁଲେଇ ନବ

ତମ ଧର୍ମ ପ୍ରେମିକା କଣେଇ ଚାହିଁବ।

ଗୋଟିଏ ନାରୀ ପରିବାର ସରଗ କରିବ।

ଗୋଟିଏ ନାରୀ ପାଇଁ ସରଗ ପରା ପରିବାର ନର୍କ ପାଲଟି ଯିବ।

ଦୁଇ ନାରୀଙ୍କ ମଝିରେ ପୁରୁଷର ପରିଚୟ ପତ୍ର ବନ୍ଧା ପଡ଼ିବ।

ସମାଜ ଆଗରେ ଦୁଇ ନାରୀଙ୍କ ଚରିତ୍ର ସଂହାର ହେବ।

ନାରୀ ପାଇଁ ନାରୀ ସଂସାର ଉଜୁଡି ଯିବ।

'ମାଗିଆଣିଲା ତିଅଣ ସୁଡୁକାଏ'

ଘରର ଘରଣୀ ପତି ଦେବଙ୍କୁ ବୁଝାଇ ଦିଅ।

ତିନି କୋଣ ଯେତେବେଳେ ପାଞ୍ଚ କୋଣ ବନିଯିବ

ପୁରୁଷ ସାତ ବେଣ୍ଟିଆ ହୋଇ ବୁଲୁଥିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance