STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ତୋ ପାଇଁ ମୁଁ ସଜାଇଛି ସବାରୀ

ତୋ ପାଇଁ ମୁଁ ସଜାଇଛି ସବାରୀ

1 min
214

 

  କୁତୁକୁତୁ ବୟସ ତୋ

   ଆସିଲାଣି ଉତୁରି

  ସତରରୁ ସତୁରୀଙ୍କ

   ମନଯାଏ ବତୁରି

   ଦେଖି ତୋର ଚକମକି

   ଚକାଚକା ଭଉଁରୀ,


   ମହଙ୍ଗା ଯୁଗରେ ଅଣ୍ଟାଭଙ୍ଗା ଚାଲି

   କରିଦିଏ ଦହଗଞ୍ଜ

   ତୋ କଥା ଭାବିଲେ ନିଛାଟିଆ ଖରା

   ଲାଗେ ସୁଲୁସୁଲୁ ସଞ୍ଜ

   ଫୁଲବାଣୀ ଫୁଲରାଣୀ

   ଝୁମୁଝୁମୁ ଝୁମୁରୀ

   ଖଟାମିଠା ମନତୋର

   ମୁନିଗୁଡା ସପୁରୀ 


  ବାରିପଦାର ତୁ ବାରମଜା ମୁଢି

   ଚିଲିକା ଲୁଣି ଚିଙ୍ଗୁଡ଼ି

   ପାଇବାକୁ ତୋତେ ଦିନରାତି ମୋର

    ମନହୁଏ ଲୋ ରଗଡି  

  ଶୁଭିଲାଣି ଢୋଲ ବାଜା

   ବାଜିଲାଣି ମହୁରୀ

   ତୋପାଇଁ ମୁଁ ସଜାଇଛି

   ସୁନାରୁପା ସବାରୀ

    

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance