STORYMIRROR

Amulya Kumar Nayak

Romance

3  

Amulya Kumar Nayak

Romance

ତମେ ଗଲାପରେ

ତମେ ଗଲାପରେ

1 min
225


ତୁମେ ଗଲାପରେ ଏ ଆଖିର ଲୁହ

   ଯାଇଛି ସାଥି ମୋ ହୋଇ

ତୁମେ ଗଲାପରେ ଏ ରାତିର ଜହ୍ନ

   ଜୋଛନା ବି ଢାଳୁନାହିଁ (୧)


ତୁମେ ଗଲାପରେ ଗୋଲାପର କଣ୍ଟା 

   ଆଘାତ ସହୁନି ମୁହିଁ

ତୁମେ ଗଲାପରେ ଗୋଲାପି ଚିଠି ବି

   ଡାକବାଲା ଦେଉ ନାହିଁ(୨)


ତୁମେ ଗଲାପରେ ଫଗୁଣରେ ଆଉ

    ଲାଗୁନି ପ୍ରୀତିର ନିଆଁ

ତୁମେ ଗଲାପରେ ହଳଦୀ ବସନ୍ତ

    ଦେଉନାହିଁ ଧରାଛୁଆଁ (୩)


ତୁମେ ଗଲାପରେ ମୋ ପ୍ରେମ ପରିଧି

    ସେଇଠୁ ରହିଛି ଅଧା

ତୁମେ ଗଲାପରେ କେତେ ମୁଁ

ଝୁଣ୍ଟୁଛି

    ଯେତେ ସବୁ ଅସୁବିଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance