STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

3  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ତିନି ସଂକେତ

ତିନି ସଂକେତ

1 min
11.8K

ବିଶ୍ଵ ବିନ୍ଧାଣୀ ଙ୍କ ର ପୁଣ୍ଯ ସ୍ପର୍ଶ ରେ

ବିଚିତ୍ର ବର୍ଣ୍ଣା ପୃଥିବୀ ସୂଚୀତ କରିଚି

ତିନି ସଂକେତ ସତ ରଜ ତମ ର l

ପଥଚାରୀ ର ନୟନ ଯୁଗଳ କୁ

ନିତି ମୋହ ଯୁକ୍ତ କରି

ଯାତ୍ରା ପଥରେ ଦିଏ ବାସ୍ତବ ସୂଚନା

ହଳଦିଆ ରଙ୍ଗର ସଂକେତ ଦେଇ

ଶୁଭେଚ୍ଛୁ ଟିଏ ସାଜି

ପାରିବା ପଣିଆ ଓ ଅହମିକା ର ଲମ୍ବା ଖିଅ ଟା ଏମିତି ଯେ

ଗୁଡେଇ ଟୁଡ଼େଇ ଦେଇ ବାଟ ବଣା କରେ

ନାଲି ସଂକେତ କୁ ନ ମାନି ନିଶରେ ହାତ ମାରି

ବଢେ ଆଗକୁ l

କାଳ ର କାଳିମା ଘୋଟି ଯାଏ ସବୁଜ ଜୀବନ ରେ

ଆଉ ନେଇ ଯାଏ ଛ ଖଣ୍ଡ କାଠ ର ସବାରୀ ରେ

ଖଇ କଉଡି ଦୁନିଆଁ ଦାଣ୍ଡ ରେ ମୁଠାଏ ବିଞ୍ଚି ଦେଇ l


Rate this content
Log in

Similar oriya poem from Abstract