Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Abstract Children

3  

DILIP KUMAR SAHOO

Abstract Children

ତା ସାଥେ ସମ୍ପର୍କ ନୀବିଡ ଆମ

ତା ସାଥେ ସମ୍ପର୍କ ନୀବିଡ ଆମ

1 min
174


ଗିରିଷମ ଗଲା ତାତି କମିଲା

ମଉଷୁମୀ ଆସି ମାଟି ଚୁମିଲା ।

ଭିଜାଭିଜା ମାଟି ମହକି ବାସେ

ଦିଗ ଚଉଦିଗ ସାଗୁଆ ଦିଶେ ।

ଆକାଶ ରେ ଭାଷେ ମେଘ ରୋଷଣୀ

ବରଷା ବରଷେ ଉଛୁଳେ ପାଣି ।

ଘାସ ଗାଲିଚାରେ ସାଧବ ବୋହୁ

ନାଲି ପାଟ ନାଇ କୁଆଡେ ଯାଉ ।

ବରଷା ରାତିରେ ବେଙ୍ଗୁଲୀ ରଡି

କଉମାଛ ଯାଏ ଗଛରେ ଚଢି ।

ନୂଆପାଣି ଆସେ ନଈ ନାଳରେ

ପାଣି ଖେଳେ ଦୋଳି ଦୁଇ କୂଳରେ ।

ପାଣି ପଚପଚ କାଦୁଆ ବିଲ

ଆକାଶେ ଉଡନ୍ତି ଚଡେଇ ଚିଲ ।

ମାଣ୍ଡିଆ କଙ୍କଡା ଦଣ୍ଡେଇ ମାଛ 

ମେଘ ଦେଖି ମେଲେ ମୟୂର ପୁଛ।

ପାଳଛତୁ ଚାଳ ମଥାନେ ଫୁଟେ

ଗଙ୍ଗଶିଉଳୀର ବାସ ଚହଟେ ।

ବରଷା ଋତୁ ତ ଭାରି ବଢିଆ

ଗଛ ଲଗାଇଲେ ହସେ ପଡିଆ ।

ସୁଲୁସୁଲୁ ବହେ ଶୀତଳ ବାଆ

ମାଟିରୁ ଆକାଶ ଲାଗଇ ନୂଆ ।

ବରଷା ଋତୁର ଗୁଣ ଅଶେଷ

ଯେତେ ବଖାଣିଲେ ହେବନି ଶେଷ ।

ତା ସାଥେ ସମ୍ପର୍କ ନୀବିଡ ଆମ

ବରଷା ନହେଲେ କପାଳ ବାମ ।



Rate this content
Log in

Similar oriya poem from Abstract