STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସୂତାଖିଅ

ସୂତାଖିଅ

1 min
208

ଆରେ ଶୁଣୁଛ !

ଦିବାସ୍ୱପ୍ନ ସବୁ ଛତ୍ରଭଙ୍ଗ ଦେଲେଣି

ଦାୟିତ୍ଵର ଜୁଆଳି ହୁଗୁଳା ହେଲାଗି

କର୍ତ୍ତବ୍ୟର ନିଶୁଣି ମାଗୁଛି ମେଲାଣି

ତୁମେ କୋଟିଏ ନୁହଁ ଗୋଟିଏ

ବଡ଼ ନୁହଁ ଛୋଟକାଟିଆଟିଏ

କଥା ରଖିବ କି ?


ବାପଘରୁ ଝିଅ ବିଦାୟୀ ପୂର୍ବରୁ

ପ୍ରିୟଜନଙ୍କୁ ଛାଡି ଆସିବା ଆଗରୁ

ଛାତିଥରା କାନ୍ଦଣା ଲହରୀ ସମୟରୁ

ଘରର ଏରୁଣ୍ଡି ବନ୍ଧ ଡେଇଁବା ଠାରୁ


ଜେଜେବାପାଙ୍କ ବିଶାଳ ହୃଦୟ

ଜେଜେମା'ଙ୍କ ସ୍ନେହ ବଳୟ

ବାପାଙ୍କ ଆଦର୍ଶ ନିଳୟ

ବୋଉଙ୍କ ଦୟାର କିଶଳୟ 


କାନିରେ ଗଣ୍ଠି ପକେଇ ଆଣିବ

ସବୁଜ ସବୁଜିମାରେ ବିଛେଇ ଦେବ

ଆମ ମାଟି ଅଗଣାରେ ଫୁଟେଇ ହସିବ

ମନ ଆକାଶରେ ହସ ତାରାଫୁଲ ବେସ୍‌ ମାନିବ 

ଆରେ ଶୁଣୁଛ ?


ତୁମେ ପାରିବ

ଅଲବତ୍ କରି ପାରିବ

ତୁମେ ପରା ବିଶ୍ଵାଳ ଘର ଝିଅ

 ଘିଅ ସହିତ ପରା ସୂତାଖିଅ ।


ସାଥିରେ ମୁଣ୍ଡେଇବାକୁ

 ହେବ ମୁଣ୍ଡମାନଙ୍କୁ

ମୁଣ୍ଡିମାନଙ୍କର ମହଣ

 ମହଣ ମୁଣ୍ଡବ୍ୟଥା

ହାତଧରି ଅସୁମାରୀ

 ଆହତ ଅଭୀପ୍ସାକୁ

ଗେଲ କରିବାକୁ ହେବ

 ଶତ ଶତ ଶତ୍ରୁତା

ତୁମ ପଣତ କାନିରେ 

ପୋଛି ଦେବ ଖାଲି

ଆଶାର ଆସ୍ତରଣ ଭାବି 

ମାନବୀୟ ମାନବିକତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational