STORYMIRROR

Sudhir Kumar Panda

Inspirational

3  

Sudhir Kumar Panda

Inspirational

ସୁସଂକଳ୍ପ

ସୁସଂକଳ୍ପ

1 min
244

ସୂର୍ଯ୍ୟ ଉଏଁ ସୂର୍ଯ୍ୟ ଡୁବେ ଦିନ ଯାଏ ସରି

ଜୀବନରୁ ଦିନଟିଏ ପଡିଯାଏ ଝରି

ଯେମିତି ଚାଲୁଛି ଯଦି ସେମିତି ଚାଲିବ

ମନରେ ଭାବନା କିମ୍ବା ସଂକଳ୍ପ ନଥିବ।


ସେ ଜୀବନ ଜିଇଁବାର ମାନେ କିଛି ଥାଏ?

ଯେ ଜୀବନେ ସ୍ବପ୍ନ କିମ୍ବା ପ୍ରଚେଷ୍ଟା ନଥାଏ

ସଂକଳ୍ପ ଭରା ଜୀବନ ସୃଜିଥାଏ ଦିଶା

ଆଶା କଳ୍ପ ଛୁଇଁବାର ମନେ ଥାଏ ନିଶା।


ମୋ ଜୀବନ ଭବିଷ୍ୟତ ମନେ ଅଙ୍କ କସେ

କାଗଜ କଲମ ଧରି ସ୍ବପ୍ନ ଲେଖି ବସେ

ତାହା ପରେ ଲେଖିଥାଏ କିପରି ତା ହେବ

ଦୃଢମନା ହୋଇ କରେ ପ୍ରାପ୍ତିର ସଂକଳ୍ପ।


ସେ ସଂକଳ୍ପ ଗଢି ତୋଳି ଅଛି ମୋ ଜୀବନ

ବିନା ସଂକଳ୍ପେ ଜୀବନ ଅଟେ ଅର୍ଥହୀନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Inspirational