STORYMIRROR

Dharitri Das

Children

3  

Dharitri Das

Children

ସୁପ୍ରଭାତ

ସୁପ୍ରଭାତ

1 min
218

ଛୁଟି ଦିନ, ନ ଥାଏ କିଛି କାମ

ଇଚ୍ଛା ହୁଏ କରିବାକୁ ଆରାମ।

ଶୋଇଥିଲା ମୁନା ସକାଳ ହେଲା

ଝରକା ଦେଇ

ଚେନାଏ ଖରା ପ୍ରବେଶ କଲା।

ସୁପ୍ରଭାତ ଜଣାଇ କହିଲା ଖରା

ଉଠ ମୁନା ସକାଳ ହେଲାଣି ପରା।

ଆଖି ମଳି ମଳି କହିଲା ମୁନା

ଆଜି ଛୁଟି ଦିନ ଜାଣିଛୁ କି ନା?

ଏତେ ଜଲଦି ନିଦ ଭାଙ୍ଗିଲୁ କିଆଁ

ତୋ ମୁହେଁ ସତେକି ଲାଗିଛି ନିଆଁ।

ଶୁଖାଇ ଦେଲୁ ତୁ ପୋଖରୀ ଜଳ

ଧରିନେଲା କିଏ ମାଛ ଶେଉଳ।

ବେଙ୍ଗ ସବୁ କୁଆଡେ ଗଲେ ପଳାଇ

ସବୁତକ ମଜା ମୋ ଗଲା ମିଳାଇ।

ଏକଥା ଶୁଣି ପୁଣି କହିଲା ଖରା

ହଇରେ ମୁନା

ମିଛଟାରେ କିଆଁ ତୁ ରାଗୁଛୁ ପରା।

ଗୋଟିଏ ଖରାପ ଦେଖି ରାଗୁଛୁ

ଭଲ କାମ ସବୁ କିଆଁ ନ ଦେଖୁଛୁ।

ଅଳସ ଛାଡି ଚାଲ ଯିବା ବାହାରି

ଦେଖିବ କେତେ ଭଲ କାମ ମୋହରି।

ମୁହଁ ଧୋଇ ମୁନା ବାହାରିଲା ସହସା

ବାହାରେ ଦେଖିଲା ଟପ ଟପ ବରଷା।

ବର୍ଷା ପାଇ ଗଛ ହୋଇଲା ଖୁସି

ଶ୍ରଦ୍ଧାରେ ଖରାକୁ ଦେଲା ଆଉଁସି।

ଏକଥା ଦେଖି ମୁନା ହୋଇଲା ଖୁସି

ଖରାକୁ ସୁପ୍ରଭାତ କହିଲା ଆସି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children