STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସୁନ୍ଦର ମଣିଷ

ସୁନ୍ଦର ମଣିଷ

1 min
451

ସୁନ୍ଦରତା ଥାଏ ସୁନ୍ଦର ମନରେ

ଗୋରା ଚେହେରାକୁ କିଏ ପଚାରେ

ସୁନ୍ଦରତା ଥାଏ ପବିତ୍ର ବିଚାରେ

ଦେହ ଅତରକୁ କିଏ ପଚାରେ


ସୁନ୍ଦରତା ଥାଏ ସତ୍ୟ ବଚନରେ

ଚନ୍ଦନ ନାଇଁଲେ କିଏ ପଚାରେ

ସୁନ୍ଦରତା ଥାଏ ଭଲ ଆଚରଣେ

ସହରୀ ବାବୁ କୁ କିଏ ପଚାରେ


ସୁନ୍ଦରତା ଥାଏ ଉତ୍ତମ ଗୁଣରେ

ବଡ଼କୁହା ହେଲେ କିଏ ପଚାରେ

ସୁନ୍ଦରତା ଥାଏ ମଧୁର କଥାରେ

ଷ୍ଟାଇଲି ମାରିଲେ କିଏ ପଚାରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract