STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ସୁନାର ଭାରତ

ସୁନାର ଭାରତ

1 min
304


ହୀରା, ନୀଳା, ମୋତି, ମାଣିକ୍ୟ, ବୈଭବ

ଶରୀରେ ଯାହାର ପୁରିତ,

ତା ସମ କେ ନାହିଁ ବିଶ୍ୱରେ ଏପରି

ଅଟେ ସେ ବିଶ୍ୱବନ୍ଦିତ

ଏହି ମୋ ସୁନାର ଭାରତ ମୋର

ଭାରତ ଦେଶ ଶ୍ରେଷ୍ଠ ଧନଶାଳୀ ରାଷ୍ଟ୍ର

ଅସରନ୍ତିର ଖଣିଜ ଭଣ୍ଡାର। 

ମହଣ, ମହଣ, ସ୍ୱର୍ଣ୍ଣରେ ଭୂଷଣ

ଆମ କାଳିଆ ସାଆନ୍ତ ସ୍ୱଚ୍ଛ 

ତା' ଚିତା କେବଳ ଅମୂଲର ମୂଲ

କହ କେଉଁଠି ଦେଖିଛ?

ମହୋଦଧି ଆମ ଅଟେ ରତ୍ନଗର୍ଭା

ପଖାଳୁଛି ଯାର ପାଦ,

ବିଶ୍ୱେ ଅଦ୍ବୀତୀୟ ଶିବ ଗୌରୀ ବାସ

ହିମଳୟ ଯା ମୁକୁଟ। 

ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି,ସ୍ଥିତି ଆଉ

ସଂହାର କର୍ତ୍ତା ତ୍ରିଦେବ,

ପୁଣ୍ୟ ପବିତ୍ରତା ତ୍ରିବେଣୀର ଧାର

ବୋହୁଥାଏ ଅବିରତ। 

ବଣ, ଝରଣା ଓ ଗିରିକନ୍ଦରରେ

ଶୁଭଇ ଓଁକାର ଧ୍ୱନି,

ଧନ୍ୟ ମୋ ଭାରତ ହୋଇଛି ବିଦିତ

ତ୍ୟାଗ, ପୁଣ୍ୟ, ଦେବଭୂମି। 

ଜଳଧାର ଯାର ଅମୃତସମ

ପକ୍ଷୀ କଳରବ ଧ୍ୱନି,

ନୂତନ ନୂତନ ସଂଗୀତ ମୂର୍ଚ୍ଛନା

ପ୍ରାଣ ବିଭୋରିତ ପୁଣି। 

ହସ୍ତରେ ତାହାର ଗର୍ବ ଗୌରବର

ତ୍ରିରଙ୍ଗା ପତାକା ଶୋହେ,

ଶାନ୍ତି,ପ୍ରୀତି,ମୈତ୍ରୀ,ଏକତା,ସଂହତି

ସ୍ୱାଭିମାନକୁ ବୁଝାଏ। 

ଜାତି,ଧର୍ମ,ଭାଷା ଭେଦର ନିୟମ

ବସୁଧୈବ କୁଟୁମ୍ବକମ୍,

ଗୋଟିଏ ତା ନୀତି ଜାଗ୍ରତ ହୁଅଇ

ଆହିଂସା ପରମୋ ଧର୍ମଃ। 

ସୁକ୍ଷ୍ମ କାରୁକାର୍ଯ୍ୟ ,କଳା ଓ ଭାସ୍କର୍ଯ୍ୟ

ବନ୍ଦିତ ବିଶ୍ୱଦ୍ୱାରେ,

ସୁଜଳା ସୁଫଳା ଶସ୍ୟଶ୍ୟାମଳା

କୋଟି ପ୍ରଣାମ ତା ପୟରେ। 

ଖାଦ୍ୟ ପେୟ,ବସ୍ତ୍ର,ରଖିଛି ଖଞ୍ଜି 

 ସଭିଏଁ ଭାଗ୍ୟବନ୍ତ 

ତା' ସମ ଜନନୀ ବିଶ୍ୱେ ନାହିଁ ପୁଣି

କରେ କୋଟି ପ୍ରଣିପାତ

ଏହି ମୋ ସୁନା ଭାରତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract