Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Das

Inspirational

3  

Prafulla Das

Inspirational

ସଉନାମରା

ସଉନାମରା

1 min
126


  ସଉନାମରା ସୁବର୍ଣ୍ଣ ମାଟିରେ

  ସ୍ୱପ୍ନ ଥିଲା ଅସୁମାରୀ

  ସୂରୁଯ ଉଇଁଲେ ପାହାଡ ତଳୁ

  କିଏ ଡାକେ ହାତ ଠାରି ।।

   

  କିଶୋର ମନରେ କେତେ କୌତୁହଳ

   ଭୋକିଲା ପେଟରେ

   ଯିଏ ଭରି ଦିଏ  

   ସିଂହର ଵଳ

 ସେ ଥିଲା ତୋର କାନ୍ଦୁଲ ମାଣ୍ଡିଆ  

 ସଉନାମରାର ଝରଣା ଜଳ

  କେନ୍ଦୁର ଡାଳ

  ବାଉଁଶ ମୂଳ

  ହକିର ପୁଣି ଏନ୍ତୁଡିଶାଳ

  ତାରି ପଣତ ତାରି ଛାତି

  ଯାଇଛି ବିତି କେତେ

  ଯେ ଦିନ କେତେ ରାତି

  ତୁମେ ହିଁ ଦୀପ

   ତା ଆଖିର ଜ୍ୟୋତି

  ତାରି ମାଟି ତାର ଧୂଳି

   ତମର ପାଇଁ ଅମୂଲ ମୁଲ ।।

  

  ତମର ଆଶା ତମର ନିଶା

   ଆଜି ସଫଳ

  ତା ଆଖିରେ ଆନନ୍ଦେ ଅଶ୍ରୁ

  ଖୁସିରେ ଢଳଢ଼ଳ

 ସଉନାମରାର ନକ୍ଷତ୍ର ତୁମେ

 ହକି ଆକାଶର କୋଟି ଉଜ୍ଜ୍ୱଳ

  

 ସଉନାମରାର ସୂର୍ଯ୍ୟ ତୁମେ

  କ୍ରୀଡା ଅଂଗନେ ବିଚ୍ଛୁରିତ

   ତୁମର ଦ୍ୟୁତି

 ସୌରଭ ହେଉ ସୁଦୂର ପ୍ରସାରି

   ଈଶ୍ୱରଙ୍କ ପାଶେ

    ଆମ ଏତିକି ଗୁହାରି

 ************************************

 ଆମ ଓଡ଼ିଶାର ସୁନ୍ଦରଗଡ ଜିଲ୍ଲାର ସଉନାମରା ଗାଁ ଏହି ପୁଣ୍ୟ ମାଟିରେ ହକି ତାରକା   ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ସୁଭଦ୍ରା ପ୍ରଧାନ, ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା

ଦୀପସାନ ତିର୍କୀ , ଏବଂ ଅମିତ ରୋହିଦାସ ( ଅଲମ୍ପିଆନ 

ଉପ ଅଧିନାୟକ ପୁରୁଷ ହକି ଦଳ 2023 ) ଜନ୍ମ ଲାଭ କରିଋ । ସେମାନଙ୍କୁ ଲେଖାଟି ସମର୍ପଣ କରୁଛି ।।

 ***********************************



Rate this content
Log in

Similar oriya poem from Inspirational