STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଏମିତି ପୃଥିବୀ ଚାହେଁ

ଏମିତି ପୃଥିବୀ ଚାହେଁ

1 min
241

ମୁଁ ଏମିତି ପୃଥିବୀ ଚାହେଁ

ଯେଉଁଠି ସହାନୁଭୂତି ଥିବ

ସହଯୋଗ ଥିବ

ଶ୍ରଦ୍ଧା ସହିତ ସେବା

ଉପକାର ଓ ସହନଶୀଳତା

ଦୁଃଖ ଶୁଣିବାର ଧୈର୍ଯ୍ୟ

ସୁନ୍ଦର ନୀଡ଼ ରଚିବାର ବ୍ୟବସ୍ଥା

ବଦାନ୍ୟତା, ସମ୍ମାନ, ସୁଯୋଗ ସବୁ

ସ୍ନେହ ବୋଳା ହସ

ଆକାଶର ହୃଦୟ

ଜଳପରି ଶୋଷ ମେଟୁଥିବ,

କି ଈର୍ଷା, ଦ୍ୱେଷ, ପରଶ୍ରୀକାତର ନଥିବ।

ପ୍ରତିଟି ପ୍ରାଣରେ ବିଦ୍ୱେଷ ନଥିବ

ମାଟିର ମୋହ ଛାଟୁଥିବ

କର୍ତ୍ତବ୍ୟର ଉଚ୍ଚ ନୀଚ ଭାବନା ବାହାରେ

ଏକ ସ୍ୱର ମାନବ କଲ୍ୟାଣ

ସାଧନା ସମ୍ମାନ ପାଇବ।

କେବେ ବି ଗର୍ବ ଅହଂକାରର

ପ୍ରତିଷ୍ଠା ନଥିବ,

ରାଜନୀତି ଛକାପଞ୍ଝା ପଶାପାଲିରେ

ବିବେକ ବନ୍ଧା ନପଡିବ।

ନାରୀକୁ ସୁରକ୍ଷା ମିଳିବ

ଶିଶୁ ପରି ମନ ନେଇ

ଯୋଗୀ ଏ ହୋଇ

ସୁଖଦୁଃଖ ଦୁଇ କୂଳ ଦେଇ

ଉଦବିଗ୍ନ ନହେବ ମନ

 ଧ୍ୟାନରେ ନିମଗ୍ନ ଜନ ସଚେତନ

ହିତ ଅନ୍ତରେ ଜାଗିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational