STORYMIRROR

Hrusikesh Pradhan

Inspirational

3  

Hrusikesh Pradhan

Inspirational

ଜୀବନ_ସରଳାର୍ଥ_ପଦେ!

ଜୀବନ_ସରଳାର୍ଥ_ପଦେ!

1 min
220


ସରଳାର୍ଥ ମୋର ଜୀବନ ସାହିତ୍ୟ

ଉକ୍ତ ପଦ୍ୟାଂଶରୁ ହୋଇଛି ଆନୀତ।

ବିଶେଷଣ ଆଜି ହୋଇଛି ଶୋଷିତ

ବିଶେଷ ଖୋଜେ ତା ଅଭୁଲା ଅତୀତ। |0|

ମିଶାଣ ଫେଡାଣ ହରଣ ଗୁଣନ

ଜୀବନ ଗଣିତ ମୋ ଏକରୁ ଶୂନ।

ଜ୍ୟାମିତି ଜୀବନ ରେଖା ରଶ୍ମି ମନ

ବିନ୍ଦୁ ସହିତ ମୋ ମିଶିଛି ଜୀବନ |୧|

ବିଜ୍ଞାନରେ ମନ ବିଜ୍ଞାନୀ ହୋଇଛି

ଆକାଶରୁ ଜହ୍ନ ତୋଳିବି ଭାବୁଛି।

ତାରା ଯାଇ ମେଘ କୋଳରେ ବସୁଛି

ବିଜୁଳି ଆଖି ମାରି ଖିଲି ଖିଲି ହସୁଛି। |୨|

ଉତ୍ତର ଲେଖିବି ପ୍ରଶ୍ନ ମୁଁ ଖୋଜୁଛି

ପୂର୍ଣ୍ଣଛେଦ ଜମା ପଡ଼ି ପାରୁନି।

କମା ଦେଇ ଦେଇ ମୁଁ ବାଟ ଚାଲୁଛି

ବନ୍ଧନୀ ଭିତରେ ବନ୍ଧା ମୁଁ ପଡ଼ିଛି। |୩|




Rate this content
Log in

Similar oriya poem from Inspirational