STORYMIRROR

Hrusikesh Pradhan

Inspirational Others

3  

Hrusikesh Pradhan

Inspirational Others

ହେ ଗାନ୍ଧି ଆଜି ଆମେ ଯେଉଁଠି

ହେ ଗାନ୍ଧି ଆଜି ଆମେ ଯେଉଁଠି

2 mins
234

ଗାନ୍ଧି ହେ ତୁମରି ନିତି ରେ ବାଟ ଚାଲିଲେ

ଚାରିଆଡେ ଯାଏ ବିନ୍ଧି ହେ, ଗାନ୍ଧି ହେ।

କ୍ୟାଲେଣ୍ଡର ଯଦି ନ ଥାନ୍ତା ଆଜି ମନେ ପଡ଼ନ୍ତି କି ତୁମେ ହେ।

ଭୁଲି ଯାଆନ୍ତୁଣି ତୁମରି କଥା କୁ କିଏ ଥିଲେ ବୋଲି ଗାନ୍ଧି ହେ।

ତୁମେ କହିଥିଲ ସତ କହିବାକୁ ସତ ଏଠି ସାଙ୍ଘାତିକ ହେ।

ସତ୍ୟ କହି ସତ୍ୟାନାଶ ହୋଇଯିବ ମିଛ ଏଠି ସ୍ଵର୍ଗବାସ ହେ।

ତୁମେ କହିଥିଲ କୁଟି କି ଖାଇବ କି ମାନିବେ ତୁମ ନୀତି ହେ।

ଖାଇବ ପାଈଁକି ନିତି ଗଣ୍ଡଗୋଳ ହେଉଛନ୍ତି କୁଟା କୁଟି ହେ।

ତୁମେ କହିଥିଲ ପିନ୍ଧିବ କାଟି କି ପୁରା ଦେଉଛନ୍ତି କାଟି ହେ।

ଦିଶୁ ଅଛି ପିଠି ଦିଶୁ ଅଛି ଛାତି ଦିଶେ ନାଭି ସ୍ଥଳ ପେଟ ହେ।

ନିଶା ଠାରୁ ଥିଲ ଦୂରେଇ ବୋଲି ନ ଥିଲା ତୁମର ମୋହ ହେ।

ଆଜି ସେଇ ନିଶା ଦୁର୍ନୀତି ଅନୀତି ଅନ୍ୟାୟ ପାଈଁ ସାହା ହେ।

ତୁମେ କହିଥିଲ ନିଶା ନିବାରଣ ହେଲେ ଦେଶ ଆଗେଇବ ହେ।

ସେଇ ନିଶାପାଈଁ ଦେଶ ଅର୍ଥନୀତି ନ ହେଲେ ଯାଉଛି ବୁଡି ହେ।

ତୁମେ କହିଥିଲ ଶିକ୍ଷା ଓ ଶିକ୍ଷକ ଦେଶ ପାଈଁ ମୂଲ୍ୟବାନ ହେ।

ଶିକ୍ଷା ଶିକ୍ଷକ ଅଭାବ ଏଠି ମଦ ର ପସରା ଖୋଲା ହେ।

ଆମ ଶିକ୍ଷାନୀତି ବିଶ୍ୱରେ ବିଚିତ୍ର ଅଦ୍ଭୁତ ପୁଣି ଅଟେ ହେ।

ଅପାଠୁଆ ଏଠି ଦେଶ ଚଲାଉଛି ପିଅନ ପାଠୁଆ ସାଜେ ହେ।

ତୁମେ କହିଥିଲ ନାରୀ ଶିକ୍ଷା ହେଲେ ଉନ୍ନତି ହୋଇବ ଗୃହ ହେ।

ପରିସ୍ଥିତି ଆଜି ଓଲଟି ଯାଇଛି ରୋଷେଇ କରୁଛି ବାପା ହେ।

କେବେ ଯଦି ନାରୀ ରାଜନୀତି ଯାଇ ହୁଏ ଜନପ୍ରତିନିଧି ହେ।

ସ୍ୱାମୀ ପୁଅ ତା'ର କରନ୍ତି ରାଜୁତି ନାରୀ ମୂଲ୍ୟ କିଛି ନାହିଁ ହେ।

ତୁମେ କହିଥିଲ ନାରୀ କୁ ସମ୍ମାନ ଦେବା ଆମ ପରମ୍ପରା ହେ।

ହେଲେ ଆଜି ଏଠି ନାରୀ ଅତ୍ୟାଚାର ପ୍ରତିଦିନ ଘଟୁଅଛି ହେ।

ତୁମେ କହିଥିଲ ଉଚ୍ଚନୀଚ ଭାଵ ଜାତିପ୍ରଥା ସବୁ ଲୋପ ହେ।

ପୁଅଝିଅ ଏଠି ନୁହନ୍ତି ସମାନ ଅଛି ପୁଣି ଭେଦଭାବ ହେ।

ତୁମେ କହିଥିଲ ଦୁର୍ନୀତି ଓ ଲାଞ୍ଚ ଅଟଇ ଘୋର ଅନ୍ୟାୟ ହେ।

କେମିତି କହିବୁ ବଡ଼ବାବୁ ମାନେ କୁହନ୍ତି ଅନ୍ୟ ଆୟ ହେ।

ଫଟୋକୁ ତୁମର ଟଙ୍କାରେ ଛାପି ଦେବାକୁ ସମ୍ମାନ ପାଈଁ ହେ।

ଆଜି ସେଇ ଟଙ୍କା ଲାଞ୍ଚ ଦିଆ ନିଆ ତୁମ ବଦନାମ ପାଈଁ ହେ।

ତୁମେ କହିଥିଲ ହେ ରାମ ବୋଲି ହାରାମି କୁହନ୍ତି ଏଠି ହେ।

ତୁମେ ଦେଖିଥିବା ସ୍ୱପ୍ନର ଭାରତ ଆମ ପାଈଁ ଦୁଃସ୍ୱପ୍ନ ହେ।

ତୁମେ ଦେଖିଥିଲ ସପନ ଏଇଠି ରାମ ରାଜ୍ୟ ହେବା ପାଈଁ ହେ।

ରାବଣ ରାଇଜ ଏହା ଠାରୁ ଭଲ ଯେଉଁଠି ଅଛୁ ଆଜି ହେ।

ଗାନ୍ଧି ହେ ତୁମରି ନୀତି ରେ ବାଟ ଚାଲିଲେ

ଚାରିଆଡେ ଯାଏ ବିନ୍ଧି ହେ, ଗାନ୍ଧି ହେ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational