Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Brundabana Pradhan

Inspirational

4.0  

Brundabana Pradhan

Inspirational

ହେ ଗାନ୍ଧୀ

ହେ ଗାନ୍ଧୀ

1 min
243



ହେ ଗାନ୍ଧୀ ହେ ଗାନ୍ଧୀ

   ମନରେ ରହିଛ ଛନ୍ଦି ।

ତୁମ ଦରଶନ ତୁମରି ବାଣୀ

   ଅହିଂସା ସତ୍ୟର ସନ୍ଧି ।।

ହେ ଗାନ୍ଧୀ ହେ ଗାନ୍ଧୀ

   ଆମ ପାଇଁ ଥିଲ ବନ୍ଦୀ ।

କେତେ ଯେ ଯାତନା କେତେ ଯେ କଷଣ

   ସହିଛ ଆମରି ପାଇଁ ।।

ମନରେ ନ ରଖି ତିଳେ ହେଁ କପଟ

   ଝୁରୁଛି ଭାରତ ଭୁଇଁ  

   ଝୁରୁଛି ଭାରତ ଭୁଇଁ ।।

କେତେ ଆନ୍ଦୋଳନ କେତେ ଯେ ସଂଗ୍ରାମ

   କରିଛ ଆମରି ପାଇଁ ।

ଦେଶର କାମରେ ଦେଶର ସ୍ଵାର୍ଥରେ

   ଲଢିଛ ଜୀବନ ଦେଇ ।।

ହେ ଗାନ୍ଧୀ ହେ ଗାନ୍ଧୀ

   ମନରେ ରହିଛ ଛନ୍ଦି ।

ତୁମ ଦରଶନ ତୁମରି ବାଣୀ

   ଅହିଂସା ସତ୍ୟର ସନ୍ଧି ।।

ହେ ପୁଣ୍ୟ ପୁରୁଷ ଝୁରୁଛି ଆଜି ମୁଁ

   ଝୁରେ ଭାରତ ମାତା

ଆକୁଳେ ଡାକୁଛୁ ସଭିଏଁ ତମକୁ

   ଶୁଣ ଜାତିର ପିତା ।

ହିଂସାର ସାଗରେ ବୁଡିଛି ସଂସାର

   ସବୁ ଅସତ୍ୟର ଠାର ।

କୁଆଡେ ଗଲାଣି ନୀତି ଓ ଆଦର୍ଶ

   ହେଲାଣି ପାଣିର ଗାର ।।

ଶୁଣହେ ବାପୁଜୀ ଶୁଣ ହେ ଗାନ୍ଧୀ

   ମନରେ ରହିଛ ଛନ୍ଦି ।

ତୁମ ଦରଶନ ତୁମରି ବାଣୀ

   ଅହିଂସା ସତ୍ୟର ସନ୍ଧି ॥



Rate this content
Log in

Similar oriya poem from Inspirational