STORYMIRROR

Santosh Pattnayak

Inspirational

2  

Santosh Pattnayak

Inspirational

ସୁକର୍ମେ ଲଭିବୁ ସୁଖି

ସୁକର୍ମେ ଲଭିବୁ ସୁଖି

1 min
14.6K


ଦେହ ଥିଲେ ପୀଡା ଆସିବରେ ବାବୁ

ସହଜେ ସାଆନ୍ତେ ଦୁଃଖି

ସୁଖ ଆଉ ଦୁଃଖ ସବୁ କର୍ମଫଳ

ସୁ'କର୍ମେ ଲଭିବୁ ସୁଖି.....

ଜୀବନ ପଥରେ ବିଘ୍ନ ଆସିଥାଏ

ରଖିଥା’ ଭକ୍ତି ବ୍ୟଞ୍ଜନ

ସୁସ୍ଥ ହେଇ ଏବେ ସାଆନ୍ତେ ଆସିବେ

ମାଗିନେବୁ ମନସ୍କାମ....

ହଟିଆ ଠାକୁର ହଟ ଭିଆଇବ

ସାବଧାନ ଟିକେ ଥିବୁ

ସୁ'ମନେ ସୁମନ କରି ଅରପଣ

ପୟରେ ଶରଣ ନେବୁ

ବିଶ୍ଵାସକୁ ମୂଳ ଶ୍ରଦ୍ଧାକୁ ସମ୍ବଳ

କରି ନିବେଦନ ହବୁ

ଘେନିଲେ ବିନତୀ ସେ ଜଗତ ପତି

ଭବ ନର୍କୁ ତରିଯିବୁ

ସୁଖ ନିତି ଭୁଞ୍ଜୁଥିବୁ ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational