STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ସୁକିନ୍ଦା ଗାନ୍ଧୀ

ସୁକିନ୍ଦା ଗାନ୍ଧୀ

1 min
177

ସୁକିନ୍ଦା ଗାନ୍ଧୀ ରୁପେ ଶୁଭଶଙ୍ଖ କଲା ସମ୍ମାନିତ

ଦରିଦ୍ର ନିଷ୍ପେସିତ ପାଇଁ ପ୍ରାଣ ଯେଣୁ ଆଦୃତ

ସୁକିନ୍ଦା ଗାନ୍ଧୀ ସେ କର୍ତ୍ତବ୍ୟ ପରାୟଣରେ ରତ

ଉଣେଇଶଶହ ପନ୍ଦରମସିହା ଜୁଲାଇ ପାଞ୍ଚରେ ଜନ୍ମିତ

ବିବାହ କଲେ ତେର ବର୍ଷ ର ବାଳୁତ

ଶିକ୍ଷକ ଜୀବନ ଅବଦାନ ଅତୀବ ରୋମାଞ୍ଚିତ

ଗରୀବ ନିର୍ଦ୍ଧନୀଙ୍କ ପାଇଁ ପ୍ରାଣ କାନ୍ଦେ ନିଶ୍ଚିତ

ୱାରେଣ୍ଟି ଆସିଲା ପାଣ୍ଠି ସଂଗୃହୀତ ଛାଡ଼ିଲେ ଶିକ୍ଷକତା ସେତ

ପନ୍ଦର ବର୍ଷ କାଳ ଗୋବର୍ଦ୍ଧନପୁର ସରପଞ୍ଚ କାର୍ଯ୍ୟରତ

ଦାନଗଦୀ ପଞ୍ଚାୟତର ରହି ଚେୟାରମ୍ୟାନ ଭରପ୍ରାପ୍ତ 

ଜିଲ୍ଲାସ୍ତରୀୟ ସମବାୟ ସହଯୋଗୀ ରୂପେ ପୁରସ୍କୃତ

ଯାଜପୁର ସମବାୟ ବ୍ୟାଙ୍କର ଡାଇରେକ୍ଟର ରହିଲତ

ତଥା ସଭାପତି ରୂପେ ଆସନ କଲ ଅଳଙ୍କୃତ

ଜନ କଂଗ୍ରେସ ତରଫରୁ ବିଧାୟକ ପ୍ରାର୍ଥୀ ମନୋନୀତ

ହୋମିଓପାଥିକ ଚିକିତ୍ସାରେ ଜନସେବା କରି କୃତାର୍ଥ

ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ନେତୃତ୍ୱ

ଶୁଭଶଙ୍ଖ ଚିହ୍ନିଲା ସୁକିନ୍ଦା ଗାନ୍ଧୀ କଲା ପ୍ରମାଣିତ

ଚବିଶ ନଅ ଦୁଇହଜାର ପାଞ୍ଚରେ କଟକରେ ଦେହାନ୍ତ

ଚିରସ୍ମରଣୀୟ କୀର୍ତ୍ତିରାଜିରେ ଆପ୍ଲୁତ ତଥା ଆଦୃତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action