ସୁଭଦ୍ରା
ସୁଭଦ୍ରା
ସ୍ବପ୍ନ ରେ ତୁମେ ଆସି
ଦେଉଥିଲ ମୁଣ୍ଡ କୁ ମୋ ଆଉଁସି
ହୃଦୟ ଭିତରେ ବସି
କିଛି ପ୍ରଭୁ ତୁମେ ଦେଖୁଛ କି?
ଘର ମୋର ପତ୍ର ର କୁଟୀର
ଯୁଗ ନୁହେଁ ଦ୍ୱାପର ର
କଳି ର ମଣିଷ ମୁଁ ଦାସ ସ୍ୱାର୍ଥ ର
ନାହିଁ ତୁମ ପରି ଆଭିଜାତ୍ୟ ଯେ ମୋର
ରଖୁଥିଲି ସମ୍ପର୍କ ଖାଲି ସ୍ନେହ ର
ହୋଇଗଲ ପ୍ରଭୁ ତୁମେ ବଡ଼ ଦେଉଳ ର
ଭୁଲି ଗଲ ପ୍ରଭୁ ଭକ୍ତି ବିଶ୍ୱାବସୁ ଶବର ର........
ପରୀକ୍ଷା କି ମାୟା ସେ ଥିଲା ତୁମର
ସୁଭଦ୍ରା ଗୋଟେ କରିଛି ନିଜର
ସ୍ନେହ ତ ଥିଲା ପବିତ୍ର ହୃଦୟ ର
ତେବେ ଦେଲ କାହିଁ ପ୍ରଭୁ ମିଛ ତିରସ୍କାର........
ଆଜିବି ମନେ ପ୍ରଶ୍ନ କିଛି ମୋର
ସତରେ ତୁମେ ଭାବ କି ପ୍ରେମ ର ଠାକୁର
ଅଛ ତୁମେ ରାଧା କି ମୀରା ର ହୋଇ ନିଜର
କିନ୍ତୁ ସୁଭଦ୍ରା କୁ କେବେ କରିନ ତ ତୁମେ ପର
ସତ ଖାଲି କହ ଦାରୁବ୍ରହ୍ମ ଠାକୁର
କି ଦୋଷ ଥିଲା ସେ ସୁଭଦ୍ରା ର
ପଦେ କଥା ତାର ଶୁଣିବାକୁ କାନ ଯେ ଆତୁର
କିନ୍ତୁ ବନ୍ଧା ଯେ ସେ ମିଛ ଆଭିଜାତ୍ୟ ର ଡୋର
ଭଉଣୀ ସେ ଥିଲା ଯେ ମୋହର
ନଥିଲା ହୃଦୟ ଭିତରେ କୁଟ କି କପଟ ର ଧାର
କି ଜନମ ମୋ ପାପ ପାଇଁ ହୋଇଗଲା ସେ ଦୂର
କହିଦେ ଥରେ ତୁ ମୋ କଳା ଠାକୁର......
କେଶବ
7854955038
