Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Panchanan Jena

Comedy

3  

Panchanan Jena

Comedy

ସତ୍ୟାନାଶି କେରୋନା

ସତ୍ୟାନାଶି କେରୋନା

1 min
10


ହାଏ ହାଏରେ କରେ।ନା---

ହାଏ ହାଏରେ କରେ।ନା----


ଲିଭେଇ ଦେଲୁ ତୁ ହସହସ ମୁଁହ 

ତୁଣ୍ଡି ବାନ୍ଧୁଛି ମଣିଷ ଖନା ଚିହ୍ନି ହୁଏନା ।

ନ ଭିଡିଲେ ଜେଲଦଣ୍ଡ ସାଙ୍ଗକୁ

ଲକ୍ଷେ ଜୋରିମାନା ।

ହାଏ ହାଏରେ କରୋନା ---୧


ଲିପିଷ୍ଟିକି ମଖା ରଙ୍ଗା ଅଧରକୁ ଘୋଡେଇ କି ଲାଭ ମିଳିଲା କହନା ।

ବାହାଘର ଡିଜେ ବ୍ୟାଣ୍ଟପାର୍ଟି ଆଗେ ନାଗିନୀ ନାଚ ଦେଖି ହୁଏନା ।

ହାଏ ହାଏରେ କରୋନା ----୨


ଛଡେଇ ନେଲୁ ତୁ ଝିଅ-ବୋହୁଙ୍କ ହାତରୁ ପାଣି ପୁରୀ ଦୋନା ଶାଳପତ୍ର ଗିନା ।

ପନ୍ଦର ଅଗଷ୍ଟରେ ସ୍କୁଲ ପିଲାଙ୍କ ପାଇଁ ଲଡ୍‌ଡ଼ୁ - ସେଓ- ବୁନ୍ଦି ପୁଡିଆ ମନା ।

ହାଏ ହାଏରେ କରୋନା------ ୩


ବୁଡେଇ ଦେଲୁ ଜୀବନ ଜୀବିକା ପ୍ରବାସୀ ଶ୍ରମିକର ଚୁଲି ଜଳେନା ।

ଘରବାହୁଡା ଯାତ୍ରାର ହୃଦୟ ବିଦାରକ ଚିତ୍ର ଲୁହ - ଲହୁର ବାନା ।

ହାଏ ହାଏରେ କରେ।ନା---୪


ତାଲା ପକେଇଲୁ ମଠ ମନ୍ଦିର

ମସ୍ଜିଦ୍ ଗୀର୍ଜାଘର ଗୁରୁଦ୍ଵାର 

ଧର୍ମ କର୍ମ ପୂଜା ପାଠ ହୁଏନା ।

ହୋଟେଲ କ୍ଲବ ସିନେମାଘର 

ରେଷ୍ଟୁରାଣ୍ଟ୍ ଫାଷ୍ଟଫୁଡ଼ ସେଣ୍ଟର

ଜିମ୍ ସୁଇମିଙ୍ଗ ଆଖାଡ଼ା ଘର 

ବନ୍ଦ ପଡିଛି ମନ ମାନେନା ।

ହାଏ ହାଏରେ କରେ।ନା---୫


ଡରେଇଲୁ ଇଶ୍ଵରଙ୍କ ସର୍ବୋତ୍ତମ ସର୍ଜନା ରଚନା ସୃଷ୍ଟିକୁ

ଦେଖେଇଲୁ ଅବାଧ୍ୟ ମନୁ ସନ୍ତାନଙ୍କୁ

ଡର ଭୟର ଯଷ୍ଟିକୁ

ହଲେଇଲୁ ସବୁ ବର୍ଗର ସବୁ ଗ୍ରାମ ସହର ନଗର ନକରି ବାଛବିଚାର

ଚାନୁକ ପ୍ରହାର ହଣ୍ଟର ମୁଷ୍ଟିକୁ

ଆତଙ୍କରାଜ ବେଶି ଦେଖାନା ।

ହାଏ ହାଏରେ କରେ।ନା--୬


ଗୃହବନ୍ଦୀ ସିନା ମଣିଷ ପୁଙ୍ଗବ

ଚଳେଇଛି ଶୁଦ୍ଧ ସନ୍ଧାନୀ ତାଣ୍ଡବ

ଦବି ଯାଇଛି ସେ 

ଡରି ଯାଇଛି ସେ

ହାରି ଯାଇନି ସେ ଶେଷ ବାଜି

ଚିନ୍ତା ଚଳେଇଛି ଉପାୟ ଖୋଜି

ଔଷଧ ବାହାର କରିଲା ସେ ଆଜି

ରୁଷ୍ ଭ୍ୟାକ୍ସିନ ଆବିଷ୍କାରରେ ମଜ୍ଜି

ମାରିବାକୁ ଚାଇନା ଭୁତାଣୁ ପାଜି

ଶେଷ ହେବ ସବୁ ବାହାନା

ମରିବୁ ତୁ କୋଭିଡ଼ ନନା

ହାଏ ହାଏରେ ସତ୍ୟାନାଶି କରୋନା 

ହାଏ ହାଏରେ ମରିବୁ ତୁ କରୋନା ।



Rate this content
Log in