Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Romance

3  

Satyanarayan Sahoo

Comedy Romance

ଝୁଲରେ ନିତାଇ ଝୂଲ୍

ଝୁଲରେ ନିତାଇ ଝୂଲ୍

1 min
185



ଝୁଲରେ ନିତାଇ ଝୁଲ ଆସି ଅଛି ଏହି ଦୋଳ

ଦୋଳ ଉତ୍ସବରେ ଦୋଳ ବିମାନରେ ଚଳ ।


ଭରୁଆ କାନ୍ଧରେ ବିମାନ କନ୍ଧେଇ ବୁଲେ

ବସିରେ ନିତାଇ ହଲି ଝୁଲି ଝୁଲି ଚାଲେ ।


ଭକତ ମାନେ ଲୋ ନାଚି ନାଚି ଗୀତ ଗାଇ

ଦୋଳ ମଣ୍ଡପରେ ଯାତ ମେଲଣରେ ରହି ।


ବାଜା  ଗିନି  ଖୋଳ  ଶଙ୍ଖ  ବଜାଇ ବଜାଇ

ବାଇଦ ବଜା ର ମଜା ଚାଲି ଥାନ୍ତି ଉଠାଇ ।


ଆରେରେ ନିତାଇ ଆରେରେ ନିତାଇ ହଲି

 ଝୁଲି ଝୁଲି ଚାଲେ ନାଚି ନାଚି ଖେଳେ ହୋଲି ।


ରାଧା କୃଷ୍ଣ ଲୀଳା ରାସ ରସ ଲାଗେ ମିଠା

ମନ୍ଦିର ମଣ୍ଡପେ ସାଜ ସଜ୍ଜା ଦୋଳ ଯାତ୍ରା ।


ଫଗୁ ଖେଳରେ ମାତିରେ ସେ ସର୍ବେ ତୃପ୍ତିରେ

 ଅଭିନୟ ଲୀଳା ନୃତ୍ୟ  ଗୀତ ଓ କଳାରେ ।


ହରନ୍ତି ଯେତେକ ଭକତ ଜନଙ୍କ ମନ

ନାଚି ନାଚି ଗୀତ ଗାଇ ତ।କ୍ ଧିନା ଧିନ୍ ।


ତାଧିନି ତାଧିନୀ  ତାକ ଧିନି ଧେଇ କି ଧିନ

ଧୈ ଧିନ। ଧାଇଁ ଧିନା ଧିନି କି ଧିନା ଧିନ ।


ଥେଇ କି ଥୈ ଧେଇ  ଖୋଳ ବଜାଇ ବଜାଇ

ହରେ ରାମ ହରେ କିଷିନ ଚାଲନ୍ତି ଗାଇ ଗାଇ ।


ଝୁଲରେ ନିତାଇ ଝୁଲ ଦୋଳ ପୂର୍ଣ୍ଣିମାରେ ଫୁଲ୍

ଝୁଲି ଝୁଲି ହଲି ହଲି ଚାଲରେ ନିତାଇ ବୁଲ୍ ।


ବୁଲି ବୁଲି ଗାଆଁ  ସାଇ ସହର ବଜାର 

ଦୋଳ ଉତ୍ସବ ଏ ଆହା କେତେ ମନୋହର ।


ଫଗୁଣ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ

ଦୋଳା  ଖେଳା  ଲୀଳା ଚଳେ ନାଚନ୍ତି ଭକତ । 



Rate this content
Log in

Similar oriya poem from Comedy