STORYMIRROR

Akshaya kumar Rout

Comedy Others

3  

Akshaya kumar Rout

Comedy Others

ସତ୍ୟ

ସତ୍ୟ

1 min
11.6K

ଦାଢ଼ି ବଢ଼ିଲାଣି

ନିଶ ବଢ଼ିଲାଣି

ବଢ଼ିଲାଣି ପୁଣି ପେଟ

ବିଛଣାରେ ଟିକେ କାଶିଦେଲି ବୋଲି

ଘରଣୀ ମାରଇ ଲାତ

କରୋନାର କାଳ ଚିତ୍ର

ଜନ୍ମ ଜନ୍ମାନ୍ତର କଥା କିଏ ପଚାରୁଛି

ସେ, ଯେ ହାତେ ନରଖନ୍ତି ହାତ ।


ରୋଗୀଣା ଛୁଆକୁ ମାଆ ଛୁଁଏ ନାହିଁ

ବୃଦ୍ଧ କଥା କିଏ ପଚାରେ

ଶବକର୍ମରେ ବି ବନ୍ଧୁ ନଆସନ୍ତି

ପଡିଶା କଥା କିଏ ପଚାରେ

ଭଲ ମୃତ୍ୟୁରେବି ଏମିତି ଘଟୁଛି

କରୋନାତ ବହୁଦୂରେ

ଦୟା, ଧର୍ମ ସବୁ ଚୁଲୀକୁ ଗଲାଣି

ମାନବତା କଥା କିଏ ପଚାରେ ! 



Rate this content
Log in

Similar oriya poem from Comedy